Odia News Portal

ଦ୍ୱିତୀୟ ଦିନରେ ସୁରୁଖୁରୁରେ ଆଗେଇ ଚାଲିଛି କାମ

ପୁରୀ : ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣର ଆଜି ଦ୍ୱିତୀୟ ଦିନ । ରଥ ନିର୍ମାଣ କାମକୁ ତ୍ୱରାନ୍ଵିତ କରିବା ପାଇଁ ଲାଗି ପଡ଼ିଛନ୍ତି ବିଶ୍ୱକର୍ମା ମହାରଣା, ଭୋଇ ସେବକ ଓ ରୂପକାର ସେବକ । ରଥଖଳାକୁ ସଂପୂର୍ଣ୍ଣ ନିଷିଦ୍ଧାଞ୍ଚଳ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ତିନି ରଥ ପାଇଁ ଆବଶ୍ୟକ ଚକ ପ୍ରସ୍ତୁତ କରାଯାଇଛି । ଏଥିପାଥଁ ତୁମ୍ବ ନିର୍ମାଣ କାମ କରାଯାଉଛି । କେନ୍ଦ୍ର ସରକାରଙ୍କ ସର୍ତ୍ତମୂଳକ ଅନୁମତିକୁ ରଥଖଳାରେ କଡ଼ାକଡ଼ି ପାଳନ କରାଯାଉଛି ।

ସୂଚନା ଦେବା ଯୋଗ୍ୟକି, କରୋନା ମହାମାରୀ କାରଣରୁ ଚଳିତ ବର୍ଷର ରଥଯାତ୍ରା କରାଯିବ କି ନାହିଁ ଦ୍ବନ୍ଦ୍ବ ଲାଗି ରହିଥିଲା । ପବିତ୍ର ଅକ୍ଷିତୃତୀୟା ଠାରୁ ରଥ ନିର୍ମାଣ କରାଯିବାର ବିଧି ରହିଥିବା ବେଳେ ଅନିଶ୍ଚିତତା କାରଣରୁ ଏହାକୁ ଆଗେଇ ନିଆଯାଇ ପାରିନଥିଲା । ପରେ ଆପୋଷ ଆଲୋଚନା କରାଯାଇ ଗତ କାଲି ଠାରୁ ରଥନିର୍ମାଣ କାମ ଆରମ୍ଭ କରାଯାଇଛି । ରଥ ନିର୍ମାଣ ଦାୟିତ୍ୱରେ ଥିବା ବିଶ୍ୱକର୍ମା ମାନେ ଅଧିକ ପରିଶ୍ରମ କରି ନିର୍ଦ୍ଧିଷ୍ଟ ସମୟ ସୁଦ୍ଧା ଏହାକୁ ଶେଷ କରିବେ ବୋଲି କଥା ଦେଇଛନ୍ତି ।