Odia News Portal

କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଋଲିଫ୍ ପାଣ୍ଠି କୁ ଦାନ

ପୁରୀ : ପୁରୀ ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ସମସ୍ତ ସ୍ବାସ୍ଥ୍ୟକର୍ମୀ ମାନଙ୍କ ସ୍ୱେଚ୍ଛାକୃତ ସହଯୋଗ ରେ କରୋନା ମୁକାବିଲା ଉଦେଶ୍ୟରେ ୫୨,୦୦୦ ଟଙ୍କାର ଡ୍ରାଫ୍ଟ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କର ଜରିଆରେ ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଡା ଜାମିନୀ ଭୁଷଣ ପଟ୍ଟନାୟକ ଦ୍ୱାରା ପ୍ରଦାନ କରାଯାଇଥିଲା ।

ଏହି ଅବସରରେ ଡା. ଏସ୍ ଲୋକରାଜ୍ ଓ ଡା. ହୃଷିକେଶ ନାୟକ ଉପସ୍ଥିତ ଥିଲେ । କରୋନା ମୁକାବିଲା ପାଇଁ କରୋନା ଯୋଦ୍ଧା ମାନଙ୍କର ସହଯୋଗ କୁ ସମସ୍ତେ ପ୍ରଶଂସା କରିଥିଲେ ।