Odia News Portal

ବାହାର ଭକ୍ତଙ୍କୁ ପୁରୀ ମନା

ପୁରୀ() ବାହାର ଭକ୍ତଙ୍କୁ ପୁରୀ ମନା । ମହାପ୍ରଭୂଙ୍କ ନାଗାର୍ଜୁନ ବେଶ ଅବସରରେ ବାହାର ଭକ୍ତଙ୍କୁ ପୁରୀ ନଆସିବାକୁ ଅନୁରୋଧ କରିଛି ଜିଲ୍ଲା ପ୍ରଶାସନ । ପୁରୀ ବାହାରର ସମସ୍ତ ଭକ୍ତ ଓ ଜଗନ୍ନାଥ ପ୍ରେମୀଙ୍କୁ ଜିଲ୍ଲା ପ୍ରଶାସନର ଏପରି ଅନୁରୋଧ କରିଛି ।

ଆସନ୍ତା ୨୭ରେ ମହାପ୍ରଭୂଙ୍କ ନାଗାର୍ଜୁନ ବେଶ ଅନୁଷ୍ଠିତ ହେବ । ଚଳିତ ବର୍ଷ କୋଭିଡ଼ କଟକଣା ମଧ୍ୟରେ ସମସ୍ତ ରୀତିନୀତି ସାରିବାକୁ ନିଷ୍ପତ୍ତି ନିଆଯାଇଛି । କରୋନାର ଭୟାବହତାକୁ ଦେଖି ପୁରୀ ବାହାରର ସମସ୍ତ ଭକ୍ତ ଓ ଜଗନ୍ନାଥ ପ୍ରେମୀଙ୍କୁ ଜିଲ୍ଲା ପ୍ରଶାସନ ପୁରୀ ଆସିବା ଉପରେ କଟକଣା ଜାରି କରିଛି । ଏହି ସମୟରେ ପୁରୀ ନଆସିବାକୁ ଅନୁରୋଧ କରିଛି ଜିଲ୍ଲା ପ୍ରଶାସନ । ସେହିପରି ମହାପ୍ରଭୁଙ୍କ ନାଗାର୍ଜୁନ ବେଶକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଉତ୍ତର ଦ୍ବାର ଏବଂ ଦକ୍ଷିଣ ଦ୍ବାରରେ ଦିଆଯାଉଥିବା ମହାପ୍ରସାଦକୁ ବନ୍ଦ କରାଯାଇ ଜଗନ୍ନାଥ ବଲ୍ଲଭଠାରେ ଭକ୍ତଙ୍କ ଉଦ୍ଦେଶ୍ୟରେ ବରାଦି ମହାପ୍ରସାଦ ଦିଆଯିବ। ପଞ୍ଚୁକ ବ୍ରତ ପାଇଁ ଆଜିଠାରୁ ୬ ଦିନ ପାଇଁ ବଡଦାଣ୍ଡରେ ଟ୍ରାଫିକ କଟକଣା ଜାରି ରହିବ । ମରିଚିକୋଟ ଛକଠାରୁ ଶ୍ରୀମନ୍ଦିର ଅଭିମୁଖେ କୌଣସି ଦୁଇ ଚକିଆ ଯାନକୁ ଅନୁମତି ପାଇଁ ନିଷେଧ କରାଯାଇଛି । ମନ୍ଦିରର ଚତୁଃପାର୍ଶ୍ବରେ ମଧ୍ୟ ଦୁଇ ଚକିଆ ଯାନକୁ ଜିଲ୍ଲା ପ୍ରଶାସନ ନିଷେଧ କରିଛି । ଏନେଇ ଉପଜିଲ୍ଲାପାଳଙ୍କ ସୂଚନା ଦେଇଛନ୍ତି ।