Odia News Portal

ରଥଯାତ୍ରା ପୂର୍ବରୁ ପୁରୀରେ ଆତଙ୍କ, ଗୁଳିମାଡରେ ଵ୍ୟଵସାୟୀ ଗୁରୁତର

ପୁରୀ : ରଥଯାତ୍ରା ପୂର୍ବରୁ ପୁରୀରେ ଗୁଳିମାଡ଼। ସ୍ୱର୍ଗଦ୍ୱାର ନିକଟ ଗୌଡ଼ବାଡ଼ ସାହିରେ ଜଣେ ଯୁବକଙ୍କ ଉପରେ ଗୁଳିମାଡ଼ ହୋଇଛି। ଗୁଳିମାଡ଼ରେ ସୁକାନ୍ତ ସାହୁ ନାମକ ଯୁବକ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ଛାତିରେ ଗୁଳିମାଡ଼ ହୋଇଛି। ସୁକାନ୍ତଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଦୁଇଜଣ ଯୁବକ ସୁକାନ୍ତଙ୍କ ଘର ନିକଟକୁ ଆସି ତାଙ୍କ ସହ କଥା ହେବା ପରେ ଗୁଳି ଚଳାଇ ଫେରାର ହୋଇଯାଇଥିଲେ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି।