Odia News Portal

ପୁରୀ ବାସେଳୀ ସାହି ଲୁଟ୍: ୨ ଅଭିଯୁକ୍ତ ଗିରଫ

ପୁରୀ: ଘରେ ପଶି କଳାକନା ବୁଲାଇବା ଘଟଣାରେ ପୋଲିସ ହାତରେ ଧରା ପଡ଼ିଛନ୍ତି ୨ ଅଭିଯୁକ୍ତ |ପୁରୀରେ ସୁନା ଅଳଙ୍କାର ଓ ମୋବାଇଲ ଆଦି ଲୁଟ ଘଟଣାରେ ବାସେଳି ସାହି ଥାନା ପୋଲିସ ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରିଛି। ତେବେ ଗିରଫ ଦୁଇ ଅଭିଯୁକ୍ତ ହେଲେ ବାସେଳୀ ସାହି ଥାନା ନୋଳିଆ ସାହିର ଦୀପକ ବେହେରା ଓ ଜଗନ୍ନାଥ ବସ୍ତିର ତ୍ରିନାଥ ଦାସ । ଏମାନଙ୍କ ଠାରୁ ପୋଲିସ ମୋବାଇଲ ଫୋନ , ଗୋଟିଏ ରୁପା ଚେନ , ଗୋଟିଏ ସୁନା ଲକେଟ , ପିତ୍ତଳ ବାସନ କୁସନ ସମେତ କିଛି ଶାଢ଼ୀ ଜବତ କରିଛି ପୋଲିସ ।

ସୂଚନା ଅନୁଯାୟୀ ,୧୮ ତାରିଖ ରାତି ୨ଟାରେ ଅଭିଯୁକ୍ତ ଦୁଇ ଜଣ ବାସେଳିସାହି ଥାନା ଜଗନ୍ନାଥ ବସ୍ତିର ପବିତ୍ର ମୋହନ ସେନାପତିଙ୍କ ଘରେ ପଶି ଲୁଟପାଟ କରିଥିଲେ। ପରିବାର ସଦସ୍ୟ ଶୋଇଥିବାର ସୁଯୋଗ ନେଇ ସୁନା ଅଳଙ୍କାର ଓ ଅନ୍ୟାନ୍ୟ ଜିନିଷ ଲୁଟ କରିଥିଲେ ଏହି ଦୁଇ ଅଭିଯୁକ୍ତ ।