Odia News Portal

ବୈଜୟନ୍ତଙ୍କ ୨୨ ବର୍ଷର ସ୍ଵପ୍ନ ଥିଲା ବିଜେପି

ଭୁବନେଶ୍ବର () ଆଉ ଲୁଚିଛପି ନୁହେଁ, ଏବେ ଖୋଲାଖୋଲି ବିଜେପିର ସମର୍ଥନ କରିବେ ଏବଂ ଦଳ ପାଇଁ ପ୍ରଚାର କରିବେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା । ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ରାଜ୍ୟ ନେତାଙ୍କ ଗହଣରେ ଯୋଗଦାନ ପରେ ଆଜି ପୁଣି ଥରେ ଭୁବନେଶ୍ବର ଦଳୀୟ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ହୋଇଛି । ତେବେ ଦିଲ୍ଲୀରେ ବୈଜୟନ୍ତଙ୍କ ଯୋଗଦାନ ପରେ ସେ ଗଣମାଧ୍ୟମକୁ ଦେଇଥିବା ବିବୃତ୍ତି ତାଙ୍କର ରାଜନୈତିକ ଚରିତ୍ରକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

କହୁ କହୁ ବୈଜୟନ୍ତ କହିଦେଲେ ଯେ, ତାଙ୍କର ୨୨ ବର୍ଷର ସ୍ଵପ୍ନ ପୂରଣ ହୋଇଛି । ଅର୍ଥାତ ବିଜେପିରେ ଯୋଗ ଦେବାକୁ ସେ 22 ବର୍ଷ ଧରି ଚେଷ୍ଟା କରୁଥିଲେ । ବିଜେଡି ଗଠନ ହେବାକୁ 21 ବର୍ଷ ପୂରିଲାଣି । ଆସନ୍ତା ଡିସେମ୍ବର ମାସରେ 22 ବର୍ଷ ପୂରିବ । ଏହାର ଅର୍ଥ ବୈଜୟନ୍ତ ବିଜେଡି ଗଠନ ପୂର୍ବରୁ ବିଜେପି ପ୍ରତି ଦୁର୍ବଳମନା ଥିଲେ । ଗୋଟେପଟେ ସେ ବିଜେପି ପ୍ରତି ଦୂର୍ବଳମନା ଅନ୍ୟପଟେ ନିଜକୁ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ବୋଲି କହୁଛନ୍ତି । ଦୁଇ ବିପରିତ ରାଜନୈତିକ ମାନସିକ ଧର୍ମ କେଉଁ ପ୍ରକାର ରାଜଧର୍ମ ବୋଲି ଏବେ ପ୍ରଶ୍ନ ଉଠୁଛି ।

ବୈଜୟନ୍ତଙ୍କ ଏହି 22 ବର୍ଷର ସ୍ବପ୍ନ ପ୍ରସଙ୍ଗକୁ ନେଇ ରାଜନୈକି ସମୀକ୍ଷକମାନେ ଭିନ୍ନ ଭିନ୍ନ ଢଙ୍ଗରେ ଚିତ୍ରିତ କରୁଛନ୍ତି । କେହି କେହି କହୁଛନ୍ତି, ଯଦିଓ ସେ ବିଜେପି ପ୍ରତି ଆକୃଷ୍ଠ ଥିଲେ, କିନ୍ତୁ ରାଜ୍ୟରେ ବିଜେପିର ସଂଗଠନ ବିଜେଡି ଗଠନ ବେଳକୁ ସେତିକି ସଂଗଠିତ ହୋଇନଥିବାରୁ ସେ ନିଜର ରାଜନୈତିକ ସ୍ବାର୍ଥ ପାଇଁ ବିଜେଡି ସହ ରହିଥିଲେ । ବିଜେଡିରେ ରହି 4ଥର ସାଂସଦ ହେଲେ ସିନା, ମନ କିନ୍ତୁ ବିଜେପିରେ ଥାଏ । ଆଉ କିଏ କିଏ କହୁଛନ୍ତି, ବୈଜୟନ୍ତ ବିଜେପିରେ ରହି ବିଜେଡିର ଚେର କାଟିବାକୁ ଚେଷ୍ଟା କରୁଥିଲେ । ଅର୍ଥାତ ସେ ବିଜେଡିରେ ବିଜେପିର ସ୍ପାଏ କମ କରୁଥିଲେ । ଯେଉଁଥିପାଇଁ ସେ ଦଳ ଛାଡିବା ସମୟରେ ଅନୌପଚାରିକ ଭାବେ କହିବୁଲୁଥିଲେ ଯେ, ତାଙ୍କ ସାଙ୍ଗରେ ବିଜେଡିର 40ରୁ ଅଧିକ ବିଧାୟକ ଓ 10ରୁ ଅଧିକ ସାଂସଦ ଅଛନ୍ତି । ଏବଂ ଗୋଟେ ସମୟରେ ସେ ପ୍ୟାରୀମୋହନ ମହାପାତ୍ରଙ୍କ ଭଳି ବିଜେଡିରେ ବିଭାଜନ ପାଇଁ ମଧ୍ୟ ଚକ୍ରାନ୍ତ କରୁଥିଲେ ବୋଲି ଚର୍ଚ୍ଚା ହେଉଥିଲା । ଏମିତି କିଛି ଚର୍ଚ୍ଚା ମଧ୍ୟରେ ବୈଜୟନଙ୍କ ରାଜନୈତିକ ଆନୁଗତ୍ୟପଣିଆକୁ ନେଇ ସନ୍ଦେହ ସୃଷ୍ଟି ହେବା ସ୍ବାଭାବିକ ।