Odia News Portal

ରାହୁଲ, ବ୍ରାର ଦେଲେ ପଞ୍ଜାବକୁ ବିଜୟ

ଅହମଦାବାଦ : ସ୍ଥାନୀୟ ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଖେଳାଯ଼ାଇଥିବା ଆଇପିଏଲର ୨୬ତମ ମ୍ୟାଚରେ ପଂଜାବ ବାଙ୍ଗାଲୋରକୁ ୩୪ ରନରେ ପରାସ୍ତ କରିଛି । ପଂଜାବ ଦ୍ବାରା ଧାର୍ୟ଼୍ୟ ୧୮୦ ରନର ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯ଼ାଇ ବାଙ୍ଗାଲୋର ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୪୫ ରନ କରିବାକୁ ସକ୍ଷମ ହୋଇଥିଲା । 

୧୮୦ ରନ୍‌ ବିଜୟ ଲକ୍ଷ ନେଇ ପଡ଼ିଆକୁ ଓହ୍ଲାଇଥିବା ଆରସିବି ୧୪୫ ରନ୍‌ରେ ଅଟକିଯାଇଛି। ନିର୍ଦ୍ଧାରିତ ଓଭରରେ ୮ ଓ୍ବିକେଟ୍‌ ବିନିମୟରେ  ୧୪୫ ରନ୍‌ କରିପାରିଛି ଆରସିବି। ୧୯ ରନ୍‌ରେ ଦଳକୁ ପ୍ରଥମ ଝଟକା ଲାଗିଥିଲା।  ଦେବଦତ୍ତ ପାଡିକଲ୍‌ ୭ ରନ୍‌ କରି ଆଉଟ୍‌ ହୋଇଥିଲେ। ପରେ ଅଧିନାୟକ ବିରାଟ କୋହଲି ୩୫ ରନ୍‌ କରି ପାଭିଲିୟନ୍‌ ଫେରିଥିଲେ।

ଆଜିର ମ୍ୟାଚ୍‌ରେ ଫ୍ଲଫ୍‌ ମାରିଥିଲେ ଗ୍ଲେନ୍‌ ମ୍ୟାକ୍ସଓ୍ବେଲ୍‌। ୦ ରନ୍‌ କରି ଆଉଟ ହୋଇଥିଲେ। ୬୨ ରନ୍‌ରେ ଦଳ ଦୁଇଟି ଓ୍ବିକେଟ୍‌ ହରାଇଥିଲା। ପରେ ପରେ ଡିଭିଲିୟର୍ସ, ରଜତ ପଟିଦର, ଶାହବାଜ ଅହମଦ, ଡାନିଏଲ୍‌ ସାମ୍ସ ଏବଂ ହର୍ଷଲ ପଟେଲ ଆଉଟ ହୋଇଥିଲେ। ସେପଟେ ପଞ୍ଜାବ କିଙ୍ଗସର ଦମଦାର ବୋଲିଂ ଦଳକୁ ସହଜ ବିଜୟ ଦେଇଛି। ହରପ୍ରୀତ ବ୍ରାର ୧୯ ରନ୍‌ରେ ସର୍ବାଧିକ ୩ଟି ଓ୍ବିକେଟ୍‌ ନେଇଥିଲେ। ରବି ବିଷ୍ଣୋଇ ୨, ରିଲେ ୧, ସାମି ୧ ଏବଂ କ୍ରିସ୍‌ ଜୋର୍ଡାନ ଗୋଟିଏ ଓ୍ବିକେଟ୍‌ ନେଇଥିଲେ।

ପ୍ରଥମେ ବ୍ୟାଟିଂ ପାଇଁ ପଡ଼ିଆକୁ ଆସିଥିବା ପଞ୍ଜାବ କିଙ୍ଗସ୍‌ ନିର୍ଦ୍ଧାରିତ ଓଭରରେ ୫ ଓ୍ବିକେଟ ବିନିମୟରେ ୧୭୯ ରନ୍‌ କରିଥିଲା। ଅଧିନାୟକ କେଏଲ ରାହୁଲ ସର୍ବାଧିକ ୯୧ ରନ୍‌ କରିଥିଲେ। ଗେଲ୍‌ ୨୪ ବଲ୍‌ରେ ୬ଚୌକା ଏବଂ ୨ ଛକା ବଳରେ ୪୬ ରନ୍‌ କରି ଆଉଟ ହୋଇଥିଲେ। ପ୍ରଭିସିମରନ୍‌ ୭, ଦୀପକ ହୁଡ୍ଡା ୫ ରନ୍‌ରେ ଆଉଟ୍‌ ହୋଇଥିବା ବେଳେ ହରପ୍ରୀତ ବ୍ରାର ୨୫ ରନ୍‌ କରି ଅପରାଜିତ ଥିଲେ।