Odia News Portal

ରାହୁଲ ଦ୍ରାବିଡ ହୋଇପାରନ୍ତି ଭାରତୀୟ କ୍ରିକେଟ ଦଳର କୋଚ୍

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକଙ୍କୁ ଦିଆଯିବ ଗୁରୁ ଦାୟିତ୍ୱ । ଟି-୨୦ ବିଶ୍ୱକପ ପରେ ସେ ହୋଇପାରନ୍ତି ଭାରତୀୟ କ୍ରିକେଟ ଦଳର କୋଚ । ଆଇସିସି ଟି୨୦ ବିଶ୍ୱ କପ୍ ପରେ ଚଳିତ ବର୍ଷ ସେ ରବି ଶାସ୍ତ୍ରୀଙ୍କ ନିକଟରୁ ଏହି ଦାୟିତ୍ୱ ନେବେ ବୋଲି ଜଣାଯାଇଛି । ଏଥିପାଇଁ ଦ୍ରାବିଡ ନିଜର ସମ୍ମତି ଜଣାଇଛନ୍ତି । ଶୁକ୍ରବାର ରାତିରେ ଆଇପିଏଲର ଚତୁର୍ଦ୍ଦଶ ସଂସ୍କରଣର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେଉଥିବାବେଳେ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏଥିସହିତ ବିକ୍ରମ ଦଳର ବ୍ୟାଟିଂ କୋଚ ଭାବରେ ରହିବେ । ସଂପ୍ରତି ଅଧିକରୁ ଅଧିକ ଯୁବ ପ୍ରତିଭାବାନ ଖେଳାଳିମାନେ ଭାରତୀୟ କ୍ରିକେଟ ଦଳକୁ ଆସୁଥିବା ସମୟରେ ଦଳ ସେମାନଙ୍କୁ ନେଇ ବ୍ୟାପକ ରୂପାନ୍ତରଣ ପ୍ରକ୍ରିୟା ଆରମ୍ଭ କରିଛି । ସେମାନେ ସମସ୍ତେ ଦ୍ରାବିଡଙ୍କ ସହିତ କାମ କରିସାରିଛନ୍ତି ଏବଂ ଦ୍ରାବିଡଙ୍କୁ ନେଇ ଭାରତୀୟ କ୍ରିକେଟ ଦଳ ବିଶ୍ୱରେ ଏକ ମ୍ୟାଚ ବିଜୟୀ ଦଳ ଭାବରେ ତାହାର ଯାତ୍ରା ଜାରି ରଖିପାରିବ ବୋଲି ଅନେକ କ୍ରୀଡା ବିଶେଷଜ୍ଞ ମତ ପୋଷଣ କରିଛନ୍ତି ।