Odia News Portal

ରାହୁଲ ପୁଣି ଥରେ ଅଧ୍ୟକ୍ଷ ହେବାକୁ ସିଡବ୍ଲୁସି ବୈଠକରେ ଉଠିଲା ଦାବି

ନୂଆଦିଲ୍ଲୀ : ରାହୁଲ ଗାନ୍ଧୀଙ୍କୁ ପୁଣିଥରେ ଦଳର ଅଧ୍ୟକ୍ଷ କରିବାକୁ ଦଳର ନେତା ଓ କର୍ମୀମାନେ ଦାବି କରିଛନ୍ତି । କଂଗ୍ରେସ ୱାର୍କିଂ କମିଟି ବୈଠକରେ ଏହି ଦାବି କରାଯାଇଛି । ହେଲେ ଏହାକୁ ନେଇ ରାହୁଲ କହିଛନ୍ତି ସେ ଏହା ଉପରେ ବିଚାର କରିବେ । ରାହୁଲ ଆହୁରି ମଧ୍ୟ କହିଛନ୍ତି କେତେଜଣ ନେତା ତାଙ୍କୁ ନିର୍ବାଚନ ପର୍ଯ୍ୟନ୍ତ କାର୍ଯ୍ୟକାରୀ ଅଧ୍ୟକ୍ଷ କରିବାକୁ କହିଛନ୍ତି । ତେଣୁ ନେତାଙ୍କ ବିଚାରଧାରାର ସ୍ପଷ୍ଟତା ପାଇବା ପରେ ଯାଇ ସେ ଏ ବିଷୟରେ ଚିନ୍ତା କରିବେ ବୋଲି କହିଛନ୍ତି । କଂଗ୍ରେସ ମହାସଚିବ କେସି ବେନୁଗୋପାଳ କହିଛନ୍ତି ଏଆଇସିସି ଅଧ୍ୟକ୍ଷ ପାଇଁ ନିର୍ବାଚନ ୨୧ ଅଗଷ୍ଟ ୨୦୨୨ରୁ ୨୦ ସେପ୍ଟେମ୍ବର ୨୦୨୨ ମଧ୍ୟରେ ହେବ । ଏଥିପାଇଁ ୩ଟି ପ୍ରସ୍ତାବ ଦିଆଯାଇଛି । ଏସବୁ ମଧ୍ୟରେ ରହିଛି ରାଜନୈତିକ ସ୍ଥିତି, ମୁଦ୍ରାସ୍ଫିତି ଓ ତିବ୍ର କୃଷି ସଙ୍କଟ ସହ ଦେଶର କୃଷକଙ୍କ ପ୍ରତି ହେଉଥିବା ହିଂସା ।