Odia News Portal

୪ ଜିଲ୍ଲାକୁ ରେଡ୍‌ ଓ୍ବାର୍ଣ୍ଣିଂ ଜାରି

ଭୁବନେଶ୍ୱର() ବଙ୍ଗୋପସାଗରରେ ସକ୍ରିୟ ଅବପାତ ଆସନ୍ତା ୨୪ ଘଣ୍ଟାରେ ଅଧିକ ଘନୀଭୂତ ହେବ । ଘନୀଭୂତ ହୋଇ ଆସନ୍ତା ୨୪ ଘଣ୍ଟାରେ ଗଭୀର ଅବପାତ ରୂପ ନେବ । ଗଭୀର ଅବପାତରେ ପରିଣତ ହୋଇ ଉତ୍ତର –ଉତ୍ତରପୂର୍ବରେ ଗତି କରିବ । ସାଗର ଦ୍ବୀପପୁଞ୍ଜ ଓ ବାଂଲାଦେଶ ଖେପୁପଡା ମଧ୍ୟରେ ଏହା ସ୍ଥଳଭାଗ ଛୁଇଁବ । ସ୍ଥଳଭାଗ ଛୁଇଁବାବେଳେ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଏଥିପାଇଁ ଚାରୋଟି ଜିଲ୍ଲା ପାଇଁ ରେଡ୍‌ ଓ୍ବାର୍ଣ୍ଣିଂ ଜାରି କରିଛି ଭୁବନେଶ୍ବର ପାଣିପାଗ ବିଭାଗ ।

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ଚାରି ଜିଲ୍ଲାକୁ ରେଡ୍‌ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ବର ଜିଲ୍ଲା ପାଇଁ ରେଡ୍‌ ଓ୍ବାର୍ଣ୍ଣିଂ ଜାରି କରିଛି ଭୁବନେଶ୍ବର ପାଣିପାଗ ବିଭାଗ । ଏହି ଚାରି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମସ୍ତ ଜିଲ୍ଲାଗୁଡିକ ପାଇଁ ଆସନ୍ତକାଲି ସକାଳ ୮.୩୦ ଯାଏଁ ରେଡ୍‌ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଏହି ସମୟ ମଧ୍ୟରେ ଘଣ୍ଟାକୁ ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ସେହିପରି ତଳିଆ ଅଞ୍ଚଳରେ ପାଣି ଜମିବା ସହିତ କଚ୍ଚାଘର ପ୍ରତି ବିପଦ ରହିଥିବା ନେଇ ସତର୍କ ସୂଚନା ଜାରି କରାଯାଇଛି ।