Odia News Portal

ରାଜସ୍ଥାନ ଉଦୟପୁର ମର୍ଡର କେସରେ ପାକିସ୍ତାନ ଲିଙ୍କ

ରାଜସ୍ଥାନ ଉଦୟପୁର ମର୍ଡର କେସରେ ସାମ୍ନାକୁ ଆସିଲା ପାକିସ୍ତାନ ଲିଙ୍କ । ପାକିସ୍ତାନର ଦାବ୍ୱାତ-ଇ-ଇସଲାମୀ ସହ ସମ୍ପକ୪ରେ ଥିଲା ମୁଖ୍ୟ ଅଭି ଯୁକ୍ତ । ୨୦୧୪ ରେ କରାଚୀ ଯାଇ ସଂଗଠନର ସଦସ୍ୟଙ୍କୁ ଭେଟିଥିଲା । ମୁଣ୍ଡକାଟି ହତ୍ୟାକୁ ଆତଙ୍କବାଦୀ କାର୍ଯ୍ୟ ଭାବେ ଗ୍ରହଣ କରୁଛୁ ବୋଲି କହିଛନ୍ତି ରାଜସ୍ଥାନ ଡିଜିପି । ମାମଲା ଏନଆଈଇଏ କୁ ହସ୍ତାନ୍ତର କରାଯାଇଛି , ଏହା ସହ ରାଜ୍ୟ ପୋଲିସ ସହ ଯୋଗ କରିବ । ଏଏସାଇ ଓ ଏସଏଚଓ ଦାୟିତ୍ୱହୀନତା ପାଇଁ ସସପେଣ୍ଡ ହୋଇଛନ୍ତି କହିଲେ ଡିଜିପି ।ଏଠାରେ ସୂଚନା ଥାଉକି, ଯେ ଗୌସ୍ ମହମ୍ମଦ ଆରବ ଦେଶ ଏବଂ ନେପାଳରେ ମଧ୍ୟ ରହିଥିଲା ।ତେବେ ମୃତକ କହ୍ନୈୟା ଲାଲଙ୍କ ପୋଷ୍ଟମର୍ଟମ ରିପୋର୍ଟରୁ ଅନେକ ଖୁଲାସା କରାଯାଇଛି । ରିପୋର୍ଟରୁ ଜାଣିବାକୁ ମିଳିଛି ଯେ କହ୍ନୈୟା ଲାଲଙ୍କ ଗୋଟିଏ ହାତ ମଧ୍ୟ କାଟି ଦିଆଯାଇଥିଲା । ତେବେ କହ୍ନୈୟା ଲାଲଙ୍କ ମୃତ୍ୟୁର ମୁଖ୍ୟ କାରଣ ହେଉଛି ପ୍ରବଳ ରକ୍ତସ୍ରାବ ।