Odia News Portal

ଖାଇବାକୁ ଡାକିଲେ, ଦୁଷ୍କର୍ମ କଲେ

ନୂଆଦିଲ୍ଲୀ: ଲଜ୍ଜା । ପୁଣି ଲଜ୍ଜା । ଥମିବାର ନାଁ ଧରୁନି ଲଜ୍ଜା । ସାମାନ୍ୟ ଦେହର ସୁଖ ଲାଗି ମଣିଷ ପାଲଟି ଯାଉଛି ନରରାକ୍ଷସ । ସମ୍ପର୍କର ମୋହ ମାୟାକୁ ଭୁଲିଯାଇ ଘଟାଉଛି ଅଘଟଣ । ତେବେ ବିଶ୍ୱାସରେ ବିଷ ଦେଇ ଦୁଷ୍କର୍ମ କରିଥିବା ଘଟଣା ନଜରକୁ ଆସିଛି । ଘଣକୁ ଖାଇବାକୁ ଡାକି ଜଣେ ଡାକ୍ତର ତାଙ୍କର ସହଯୋଗୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୀଡ଼ିତା ଜଣକ ଏନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତ ଡାକ୍ତରଙ୍କୁ ଅଟକ ରଖି ପଚରା ଉଚରା କରୁଛି ।

ଦକ୍ଷିଣ ଦିଲ୍ଲୀର ହୋଜ ଥାନା ଅଞ୍ଚଳରେ ରହୁଥିବା ଏମ୍ସର ଜଣେ ବରିଷ୍ଠ ଡାକ୍ତର ଗତ ଅକ୍ଟୋବର ୧୦ ତାରିଖରେ ନିଜ ଘରେ ଏକ ପାର୍ଟିର ଆୟୋଜନ କରିଥିଲେ। ଏହି ପାର୍ଟିକୁ ସେ ନିଜର ଜଣେ ମହିଳା ସହଯୋଗୀଙ୍କୁ ଡକାଇଥିଲେ। ଆଉ ଘରେ ମହିଳାଙ୍କ ସହିତ ଜୋରଜବରଦସ୍ତି ଡାକ୍ତର ଦୁଷ୍କର୍ମ କରିଥିଲେ। ଦୁଷ୍କର୍ମ କରିବା ପରେ ଏହି ଘଟଣା ସମ୍ପର୍କରେ ସେ ଯଦି କାହାକୁ କିଛି ଜଣାନ୍ତି ତାଙ୍କ ଚାକିରି ପ୍ରତି ବପଦ ରହିଥିବା ବି ଧମକ ଦେଇଥିଲେ। କିନ୍ତୁ ମହିଳା ସହଯୋଗୀ ଜଣକ ଡାକ୍ତରଙ୍କ ଧମକକୁ ଭୟ ନକରି ପୁଲିସରେ ଯାଇ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ ହେଁ ଏଯାବତ ଡାକ୍ତରଙ୍କୁ ଗିରଫ କରାଯାଇ ନାହିଁ।