Odia News Portal

କରୋନାରେ ରାଷ୍ଟ୍ରୀୟ ଲୋକଦଳର ଅଧ୍ୟକ୍ଷ ଅଜିତ୍ ସିଂଙ୍କ ପରଲୋକ

ନୂଆଦିଲ୍ଲୀ: କରୋନା ନେଲା ଆଉ ଏକ ନେତାଙ୍କ ଜୀବନ । ରାଷ୍ଟ୍ରୀୟ ଲୋକଦଳର ଅଧ୍ୟକ୍ଷ ତଥା ପଶ୍ଚିମ ଉତ୍ତରପ୍ରଦେଶର ଲୋକପ୍ରିୟ ଜାଠ୍ ନେତା ଅଜିତ୍ ସିଂଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି । ଅଜିତ୍ ସିଂ ଏପ୍ରିଲ ୨୨ ତାରିଖରେ କୋଭିଡରେ ସଂକ୍ରମିତ ହୋଇଥିଲେ । ଏହାପରେ ତାଙ୍କୁ ଚିକିତ୍ସା ପାଇଁ ଗୁରୁଗ୍ରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ଅବସ୍ଥା ଗୁୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ଆଜି ତାଙ୍କର ପରଲୋକ ହୋଇଯାଇଛି ।

ସ୍ବର୍ଗତ ଅଜିତ୍ ସିଂ ପରଲୋକରେ ଅନେକ ବରିଷ୍ଟ ନେତା ଶୋକ ପ୍ରକାଶ କରିଛନ୍ତି ।ସେ ତାଙ୍କ ରାଜନୈତିକ କ୍ୟାରିଅରରେ ୪ ଥର କେନ୍ଦ୍ରମନ୍ତ୍ରୀ ଏବଂ ୟୁପିଏ ଓ ଏନଡିଏ ସରକାରରେ ମନ୍ତ୍ରୀଥିଲେ । ସେ ଗୋଟିଏ ଥର ରାଜ୍ୟସଭା ସାଂସଦ ଓ ୭ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ ।