Odia News Portal

ଆଇପିଏଲରେ ଏକ ଅଲୋଡା ରେକର୍ଡର ଅଧିକାରୀ ହେଲେ ରୋହିତ ଶର୍ମା

ମୁମ୍ବାଇ()   ଆଇପିଏଲରେ ଆଉ ଏକ ଅଲୋଡା ରେକର୍ଡର ଅଧିକାରୀ ହୋଇଛନ୍ତି ଭାରତୀୟ ଉପ ଅଧିନାୟକ ରୋହିତ ଶର୍ମା । ଚଳିତ ସିଜିନରେ ରୋହିତଙ୍କ ବ୍ୟାଟ ନୀରବ ରହିଥିବା ବେଳେ ମୁମ୍ବାଇ କିନ୍ତୁ ପ୍ରଥମ ଦଳ ଭାବରେ ଫାଇନାଲରେ ପ୍ରବେଶ କରି ସାରିଛି । କ୍ୱାଲିଫାୟର-୧ରେ ରବିଚନ୍ଦ୍ରନ ଅଶ୍ୱିନଙ୍କ ବଲରେ ଖାତା ନଖୋଲି ଆଉଟ ହେବା ହେବା ସହିତ ଗୋଡ୍ଡେନ ଡକ ହାସଲ କରିଥିଲେ । ଏହା ସହିତ ଆଇପିଏଲରେ ସର୍ବାଧିକ ଥର ଖାତା ଖୋଲିବା ପୂର୍ବରୁ ସର୍ବାଧିକ ଥର ଆଉଟ ହୋଇଛନ୍ତି ରୋହିତ ଶର୍ମା । ଏହି ରେକର୍ଡରେ ହରଭଜନ ସିଂ ଏବଂ ପାର୍ଥିବ ପଟେଲଙ୍କ ସମକକ୍ଷ ହୋଇଛନ୍ତି ରୋହିତ । ରୋହିତ ପ୍ରଥମ ମ୍ୟାଚକୁ ମିଶାି ୧୩ ଥର ଶୂନରେ ଆଉଟ ହୋଇଛନ୍ତି ।
ଏହା ବ୍ୟତିତ ମନୀଷ ପାଣ୍ଡେ, ପୀୟୁଷ ଚାୱଲା, ଅମ୍ବାତି ରୟୁଡୁ ଓ ଗୌତମ ଗମ୍ଭୀର ଏହି ତାଲିକାରେ ପଛକୁ ପଛ ରହିଛନ୍ତି । ଏହି ଚାରି ଖେଳାଳି ୧୨ ଥର ଲେଖାଏଁ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଛନ୍ତି । କ୍ୱାଲିଫାୟର-୧ରେ ରୋହିତଙ୍କ ବିଫଳତା ସତ୍ତ୍ୱେ ମୁମ୍ବାଇ ୫୬ ରନରେ ଦିଲ୍ଲୀକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଥିଲା ।