Odia News Portal

ରାଜ୍ୟଗୋଷ୍ଠୀ କ୍ରୀଡ଼ା: ମହିଳା ସିଙ୍ଗଲ୍ସ ବ୍ୟାଡମିଣ୍ଟନରେ ସିନ୍ଧୁ ଜିତିଲେ ସ୍ବର୍ଣ୍ଣ

ରାଜ୍ୟଗୋଷ୍ଠୀ କ୍ରୀଡ଼ା – ୨୦୨୨ରେ ଭାରତକୁ ମିଳିଛି ଆଉ ଏକ ସ୍ବର୍ଣ୍ଣ । ମହିଳା ସିଙ୍ଗଲ୍ସ ବ୍ୟାଡମିଣ୍ଟନରେ ପିଭି ସିନ୍ଧୁ ଜିତିଛନ୍ତି ସ୍ୱର୍ଣ୍ଣ ପଦକ । ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଏହା ଭାରତର ୧୯ତମ ସ୍ବର୍ଣ୍ଣ ପଦକ । ଡବଲ ଅଲିମ୍ପିକ୍ ପଦକ ବିଜୟିନୀ ସିନ୍ଧୁ ଫାଇନାଲରେ କାନାଡାର ମିସେଲ ଲିଙ୍କୁ ସିଧାସଳଖ ୨୧-୧୫ ୨୧-୧୩ ଗେମରେ ପରାସ୍ତ କରିଥିଲେ| ରାଜ୍ୟଗୋଷ୍ଠୀ କ୍ରୀଡା ମହିଳା ସିଙ୍ଗଲ୍ସ ବ୍ୟାଡମିଣ୍ଟନରେ ସିନ୍ଧୁଙ୍କ ଏହା ପ୍ରଥମ ସ୍ବର୍ଣ୍ଣ ପଦକ । ସିନ୍ଧୁ ୨୦୧୪ରେ ବ୍ରୋଞ୍ଜ ଏବଂ ୨୦୧୮ରେ ରୌପ୍ୟ ପଦକ ଜିତିଥିଲେ ।

୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡାରେ ସ୍ୱର୍ଣ୍ଣ ଜିତିଥିବା ମିସେଲ ଲି ସେମିଫାଇନାଲରେ ୧୯ ବର୍ଷ ବୟସ୍କା ସିନ୍ଧୁଙ୍କୁ ପରାସ୍ତ କରିଥିଲେ। ପରବର୍ତ୍ତୀ ସଂସ୍କରଣ ଅର୍ଥାତ ୨୦୧୮ ଗୋଲ୍ଡକୋଷ୍ଟ ଗେମ୍ସରେ ସିନ୍ଧୁ ସେମିଫାଇନାଲରେ ଲିଙ୍କୁ ପରାସ୍ତ କରି ପ୍ରତିଶୋଧ ନେଇଥିଲେ । ତେବେ ସେ ଫାଇନାଲରେ ସାଇନା ନେହୱାଲଙ୍କ ଠାରୁ ହାରି ଯାଇଥିଲେ |

ଚଳିତ ସଂସ୍କରଣରେ ସିନ୍ଧୁଙ୍କ ଏହା ଦ୍ବିତୀୟ ପଦକ । ଏହା ପୂର୍ବରୁ ମିକ୍ସଡ୍ ଟିମ୍ ବ୍ୟାଡମିଣ୍ଟନ ଇଭେଣ୍ଟରେ ସିନ୍ଧୁ ଭାରତୀୟ ଦଳ ସହ ରୌପ୍ୟ ଜିତିଥିଲେ ।