Odia News Portal

ହାଇଦର ଫେରାର ଘଟଣାରେ ୬ କର୍ମଚାରୀ ସସ୍‌ପେଣ୍ଡ

କଟକ: ଗ୍ୟାଙ୍ଗଷ୍ଟାର ହାଇଦର ଫେରାର ହେବା ଘଟଣାରେ ୬ଜଣ ପୋଲିସ କର୍ମଚାରୀଙ୍କ ସସ୍‌ପେଣ୍ଡ କଲେ ସମ୍ବଲପୁର ଏସ୍‌ପି । ହାଇଦରର ସୁରକ୍ଷା ଦାୟିତ୍ୱରେ ଥିବା ୬ଜଣ ପୋଲିସ କର୍ମଚାରୀଙ୍କୁ ସସ୍‌ପେଣ୍ଡ କରାଯାଇଛି । ଜଣେ ହାବିଲଦାର ଓ ୫ଜଣ କନେଷ୍ଟବଳଙ୍କୁ ସସ୍‌ପେଣ୍ଡ କରିଛନ୍ତି ସମ୍ବଲପୁର ଏସ୍‌ପି ବାତୁଲା ଗଙ୍ଗାଧର ।

ସୂଚନା ଅନୁଯାୟୀ,ତେବେ କଟକ ବଡ଼ ମେଡିକାଲରୁ ହାଇଦର ଫେରାର ହେବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଏସ୍‌ପି ବାତୁଲା ଗଙ୍ଗାଧର । ସୁରକ୍ଷା ଦାୟିତ୍ୱରେ ଥିବା ୬ଜଣ ପୋଲିସ କର୍ମଚାରୀଙ୍କୁ ସସ୍‌ପେଣ୍ଡ କରାଯାଇଛି । ତେବେ ସସ୍‌ପେଣ୍ଡ ହୋଇଥିବା ପୋଲିସ କର୍ମଚାରୀମାନେ ହେଲେ-ହାବିଲଦାର ରମେଶ ଚନ୍ଦ୍ର ଦେହୁରୀ, କନେଷ୍ଟବଳ ବୁଲବୁଲ ସାହୁ, କନେଷ୍ଟବଳ ଦୀପକ ସାହୁ, କନେଷ୍ଟବଳ ଏମଡି ମୌସୁମ, କନେଷ୍ଟବଳ ଉମାକାନ୍ତ ବେହରା, କନେଷ୍ଟବଳ ସୁଦର୍ଶନ ମାଝି ରହିଛନ୍ତି ।