Odia News Portal

କ୍ରାଇମବ୍ରାଞ୍ଚ ଉପରେ ବିରକ୍ତ ହେଲେ ହାଇକୋର୍ଟ

ଭୁବନେଶ୍ୱର: ମାନବପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ଉପରେ ବିରକ୍ତି ପ୍ରକାଶ କରିଛନ୍ତି ହାଇକୋର୍ଟ । ଆଜି ଏହି ମାମଲାରେ ଶୁଣାଣି ଚାଲିଥିବା ବେଳେ କୋର୍ଟଙ୍କ କଡ଼ା ଆଭିମୁଖ୍ୟ ଦେଖିବାକୁ ମିଳିଛି ।

ସୂଚନାନୁଯାୟୀ, ମାନ୍ୟବର କୋର୍ଟ ବିରକ୍ତ ହେବାର କାରଣ ଏହିକି ଯେ, ଆଜି ଆଦିତ୍ୟ ଦାସ ମୃତ୍ୟୁ ମାମଲାର ଶୁଣାଣି ଚାଲିଥିବା ବେଳେ ତଦନ୍ତକାରୀ ସଂସ୍ଥା ଶବ ବ୍ୟବଛେଦର ସ୍ପଷ୍ଟ ଲେଖାଯାଇଥିବା କପି କୋର୍ଟରେ ଦାଖଲ କରିନଥିଲା । ସେହିପରି ୩ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିବା କପି ମଧ୍ୟ କୋର୍ଟଙ୍କ ସମ୍ମୁଖରେ ଦାଖଲ ହୋଇନଥିଲା । ପୂର୍ବରୁ ଏଥିପାଇଁ କୋର୍ଟ ନିର୍ଦ୍ଦେଶ ଦେବା ସହ ମାମଲା ବିଷୟରେ ପୂରା ପ୍ରସ୍ତୁତି କରି ଆସିବାକୁ କହିଥିଲେ ।

କୋର୍ଟଙ୍କ ନିର୍ଦ୍ଦେଶ ସତ୍ୱେ କ୍ରାଇମବ୍ରାଞ୍ଚ ଆବଶ୍ୟକ କାଗଜପତ୍ର କୋର୍ଟରେ ଦାଖଲ କରିନଥିବାରୁ ହାଇକୋର୍ଟ ବିରକ୍ତି ପ୍ରକାଶ ସହ ଏହି ମାମଲାର ଶୁଣାଣି ଆଗାମୀ ୨୫ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି | ଏଥିସହ ପରବର୍ତ୍ତୀ ଶୁଣାଣି ବେଳେ ପ୍ରସ୍ତୁତ ହୋଇ ଆସିବାକୁ ହାଇକୋର୍ଟ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି ।