Odia News Portal

ଶସକ୍ତ ହେଉଛି ଏସଓଜି

ଭୁବନେଶ୍ୱର: ଆତଙ୍କବାଦୀଙ୍କ ବିରୋଧରେ ଲଢ଼ିବା ଲାଗି ଶସକ୍ତ ହେଉଛି ଏସଓଜି । ବିଭିନ୍ନ ରାଜ୍ୟର ମାଓବାଦୀଙ୍କ ବିରୋଧରେ ଲଢ଼ିବା ଲାଗି ଦିଆଯାଉଛି ସ୍ୱତନ୍ତ୍ର ତାଲିମ । ଓଡ଼ିଶାରେ ମଧ୍ୟ ଦିଆଯାଉଛି ଏହି ତାଲିମ । ଯାହାଦ୍ୱାରା ସେମାନେ ଅଧିକ ଶସକ୍ତ ହେବା ସହ ରାଜ୍ୟ ପୋଲିସକୁ ମଧ୍ୟ ସହାୟକ ହେବେ । ଜଙ୍ଗଲରେ ରହି ମାଓବାଦୀଙ୍କ ବିରୋଧରେ କିଭଳି ଲଢ଼ିବେ, ୫ଦିନ ପର୍ଯ୍ୟନ୍ତ ବାହ୍ୟ ସମର୍ଥନରେ କିପରି ଜଙ୍ଗଲରେ ରହିପାରିବେ, ମ୍ୟାପ ରିଡିଙ୍ଗ, ଅସ୍ତ୍ର ପରିଚାଳନା ଏବଂ ଫାୟାରରିଂ ଆଦି ତାଲିମ ଦିଆଯାଉଛି । ଓଡ଼ିଶା ସମେତ ବାହାର ରାଜ୍ୟରେ ମଧ୍ୟ ଏହି ତାଲିମ ଜାରି ରହିଛି । କେରଳର ଏବେ ୩୩ଜଣ ଥଣ୍ଡରବୋଲ୍ଟ କମାଣ୍ଡୋ ପଠାଇଛି । ଏହି ବ୍ୟାଚଟି ୮ ସପ୍ତାହ ପାଇଁ କଠୋର ତାଲିମ ନେବ । ଏମାନେ ଫିଜିକାଲ ଫିଟନେଓ ଏବଂ ଫାୟାରିଂ ଉପରେ ମୁଖ୍ୟତଃ ଧ୍ୟାନ ଦେବେ ।

ଏହି ତାଲିମ ସରିବା ପରେ କମାଣ୍ଡୋ ମାନେ ଏକ ଅଜ୍ଞାତ ସ୍ଥାନ ତଥା ବାହାର ଦେଶକୁ ଯାଇପାରିବେ । ଦିନରେ ଭୋକିଲା ରହିବା ସହ ରାତିରେ ଅନିଦ୍ରା ରହିବା ଲାଗି ମଧ୍ୟ ତାଲିମ ଦିଆଯାଉଛି । ଏପରିକି ୧୦୦ କିଲୋମିଟର ପର୍ଯ୍ୟନ୍ତ ଚାଲି ଚାଲି ଯିବାର ତାଲିମ ଦିଆଯାଉଛି । ଏହିପରି ତାଲିମପ୍ରାପ୍ତ ବ୍ୟକ୍ତି ଜଙ୍ଗଲରେ ରହିବାକୁ ପ୍ରସ୍ତୁତ ହେବେ ଏବଂ ମାଓବାଦୀମାନଙ୍କୁ ପ୍ରଭାବଶାଳୀ ଭାବରେ ମୁକାବିଲା କରିବେ ଏବଂ ସେମାନଙ୍କୁ ଗରିଲା ଯୁଦ୍ଧରେ ମଧ୍ୟ ପରାସ୍ତ କରିପାରିବେ।