Odia News Portal

ରାତି ପାହିଲେ ଆରମ୍ଭ ହେବ କ୍ରିକେଟର କ୍ରେଜ

ରାତି ପାହିଲେ ପୁଣି ଆରମ୍ଭ ହୋଇଯିବ ଫଟାଫଟ କ୍ରିକେଟର କ୍ରେଜ । ଅର୍ଥାକ କାଲିଠୁ ଆରମ୍ଭ ହେଉଛି ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ ବନାମ ମୁମ୍ବାଇ ଇଣ୍ଡିଆନ୍ସ । କରୋନା ଯୋଗୁଁ ବନ୍ଦ ରହିଥିବା ଅଧା ମ୍ୟାଚ କାଲିଠୁ ଆରମ୍ଭ ହେବ । ସବୁ ଟିମ ପ୍ରାୟ ୭ରୁ ୮ ମ୍ୟାଚ ଖେଳି ସାରିଛନ୍ତି । ଏହାସହ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ରହିଛି ଦିଲ୍ଲୀ କ୍ୟାପିଟାଲ । ତେବେ ଆସନ୍ତୁ ଜାଣିବା ଆଉ କେଉଁ ଟିମ କେଉଁ ସ୍ଥାନରେ ରହିଛି ।

ଦିଲ୍ଲୀ କ୍ୟାପିଟାଲ-
ଦିଲ୍ଲୀ କ୍ୟାପିଟାଲ ଆଇପିଏଲ ପ୍ରଥମ ପର୍ଯ୍ୟାୟରେ ୮ରୁ ୬ଟି ମ୍ୟାଚରେ ବିଜୟୀ ହୋଇଥିବା ବେଳେ ୨ଟିରେ ପରାଜୟ ହୋଇଛି । ଏହାସହ ମୋଟ ୧୨ ପଏଣ୍ଟଓ ୦.୫୪୭ ରନ ରେଟ ସହ ଟେବୁର ପ୍ରଥମ ସ୍ଥାନରେ ରହିଛି ।