Odia News Portal

ଆଜି ବସିବ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ

ଆଜି ବସିବ ରାଜ୍ୟ କ୍ୟାବିନେଟ୍ ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବା ବୈଠକ | ଭର୍ଚୁଆଲ୍ ପ୍ଲାଟ୍ ଫର୍ମରେ ହେବାକୁ ଥିବା ଏହି ବୈଠକରେ ବିଭିନ୍ନ ବିଭାଗର ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବରେ ମୋହର ବାଜିବ। ଅପରାହ୍ନ ସାଢ଼େ ୫ଟାରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାରାତାରିଣୀ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ସାମିଲ ହୋଇ ଫେରିବା ପରେ ଅପରାହ୍ନରେ ଏହି ବୈଠକ ବସିବ।

ତେବେ ଆଜିର ଏହି କ୍ୟାବିନେଟ୍ ବୈଠକରେ ପାଖାପାଖି ୨୦ଟି ପ୍ରସ୍ତାବ କ୍ୟାବିନେଟ୍ ର ଅନୁମୋଦନ ପାଇଁ ଉପସ୍ଥାପନ କରାଯିବ। ଏଥି ମଧ୍ୟରେ ୫ଟି ମେଗା ପାନୀୟ ଜଳ ପ୍ରକଳ୍ପ ଥିବା ଜଣାପଡ଼ିଛି। ମନ୍ତ୍ରୀମାନେ ଲୋକସେବା ଭବନ କିମ୍ବା ଜିଲ୍ଲା ମୁଖ୍ୟାଳୟରୁ ଭିଡିଓ କନ୍ ଫରେନ୍ସିଂ ଜରିଆରେ କ୍ୟାବିନେଟ୍ ବୈଠକରେ ଭାଗ ନେବେ। ଆସନ୍ତା ୨୯ ତାରିଖରେ ନବୀନ ପଟ୍ଟନାୟକଙ୍କ ସରକାର ପଞ୍ଚମ ପାଳିର ତୃତୀୟ ବର୍ଷ ପୂରଣ କରୁଥିବାରୁ କ୍ୟାବିନେଟ୍ ରେ କିଛି ବଡ଼ ଘୋଷଣା ହେବାର ସମ୍ଭାବନା ରହିଛି।

ଅଧିକାଂଶ କ୍ୟାବିନେଟ୍ ମନ୍ତ୍ରୀ ଭୁବନେଶ୍ୱର ବାହାରେ ଥିବାରୁ ସେମାନଙ୍କୁ ଭର୍ଚୁଆଲରେ ସାମିଲ ହେବାକୁ କୁହାଯାଇଛି ।