Odia News Portal

ଓଡ଼ିଶା-ଆନ୍ଧ୍ର ସୀମା ବିବାଦ ଖୁବ ଶୀଘ୍ର ସମାଧାନ ହେବ

ଭୁବନେଶ୍ୱର()   ଓଡ଼ିଶା-ଆନ୍ଧ୍ର ସୀମା ବିବାଦ ଖୁବ ଶୀଘ୍ର ସମାଧାନ ହୋଇଯିବ । ଏଭଳି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି । ସେ କହିଛନ୍ତି ସୀମା ବିବାଦ ଖୁବ ଶୀଘ୍ର ସମାଧାନ ହୋଇଯିବ ।  ପ୍ରଶାସନିକ ସ୍ତରରେ ଆଲୋଚନା ଜାରି ରହିଛି ।  ଉଭୟ ରାଜ୍ୟର ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀଙ୍କ ଭିତରେ ଆଲୋଚନା ହେଉଛି ।  ଉଭୟ ରାଜ୍ୟର ସ୍ଥାନୀୟ ଲୋକମାନଙ୍କ ସହ ବସି ଆଲୋଚନା କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ମାରାଣ୍ଡି କହିଛନ୍ତି । ଅନ୍ୟପକ୍ଷରେ ଗୁଗୁଲ ମ୍ୟାପରେ ଆନ୍ଧ୍ର ସୂଚନା ଆସୁଥିବା ଉପରେ ମଧ୍ୟ ବିଚାର କରାଯିବ ବୋଲି ମନ୍ତ୍ରୀ ଶ୍ରୀ ମାରାଣ୍ଡି କହିଛନ୍ତି ।

ପ୍ରକାଶ ଯେ, କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଭିତରେ ବିବାଦ ଧୀରେ ଧୀରେ ଜଟିଳ ହେବାରେ ଲାଗିଛି । କୋଟିଆର ବିକାଶ ପାଇଁ ଓଡ଼ିଶା ସରକାର ଅନେକ ଯୋଜନା ହାତକୁ ନେଇଥିଲା ବେଳେ ଏହାକୁ ସହି ପାରିନି ଆନ୍ଧ୍ର । ବରଂ ଓଡ଼ିଶା ସୀମା ଭିତରେ ଥିବା ତଳଗଂଜେଇପଦରରେ ଆନ୍ଧ୍ର ପକ୍ଷରୁ ପୋଖରୀ ଖୋଳି ଲୋକଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିଛି ।