Odia News Portal

ଶବକୁ ମିଳିଲାନି ଚାରିକାନ୍ଧ, ଦୁଃଖ ସମୟରେ ହାତ ବଢାଇଲା ବିଜୁ ଯୁବ ବାହିନୀ

କେନ୍ଦୁଝର : ଶବକୁ ମିଳିଲାନି ଚାରିକାନ୍ଧ, ସହାୟତାର ହାତ ବଢାଇଲା ବିଜୁ ଯୁବ ବାହିନୀ । କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ମହୁଲଗାଡିଆ ଗାଁର ଘଟଣା । ଗାଁର ଚନ୍ଦ୍ରଭାନୁ ନାୟକଙ୍କ ସ୍ତ୍ରୀ ଦ୍ରୌପଦୀ ନାୟକ ପାରିବାରିକ କଳହକୁ ନେଇ ବିଷପିଇ ଆତ୍ମହତ୍ୟା କରିଥିଲେ । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଚେଦ କରିଥିଲା । ତେବେ ଛୁଆଁ ଅଛୁଆଁ ଭେଦଭାବକୁ ନେଇ ତାଙ୍କ ଶବ ୧୦ରୁ ୧୨ ଘଣ୍ଟା ପଡିରହିଥିଲା । ଶେଷରେ ବିଜୁ ଯୁବବାହିନୀର ସଦସ୍ୟ ଖବର ପାଇ ଶବ ସତ୍କାର କରିଥିଲେ ।