Odia News Portal

ଟି-୨୦ ବିଶ୍ୱକପ ଲାଗି ଘୋଷଣା ହେଲା ଶ୍ରୀଲଙ୍କା ଟିମ୍

କଲମ୍ବୋ: ଟି-୨୦ ବିଶ୍ୱକପ ଲାଗି ସବୁ ଦେଶ ନିଜ ନିଜର ଦଳ ଘୋଷଣା କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଶ୍ରୀଲଙ୍କା ୧୫ ଜଣିଅାଁ ଦଳ ଘୋଷଣା କରିଛି । ଦଶୁନ ଶନାକାଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି । ଏହା ବ୍ୟତୀତ ଧନଞ୍ଜୟ ଡି ସିଲଭାଙ୍କୁ ଉପ ଅଧିନାୟକ ଦାୟିତ୍ୱ ମିଳିଛି । ଶ୍ରୀଲଙ୍କା ୨୦୧୪ରେ ଟି-୨୦ ବିଶ୍ୱ କପ୍ ଚାମ୍ପିଅନ ହୋଇଥିଲା ।

ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡର ଚୟନକର୍ତ୍ତା ଏହି ଦଳରେ ଦିନେଶ ଚାନ୍ଦିମାଲ ଏବଂ କୁଶଳ ପେରେରାଙ୍କ ପରି ବରିଷ୍ଠ ଖେଳାଳିଙ୍କୁ ସାମିଲ୍ କରିଛି । ଏଥିସହ ମିଷ୍ଟ୍ରି ସ୍ପିନର ମହେଶ ଥୀକ୍ଷାନାଙ୍କୁ ମଧ୍ୟ ଦଳରେ ସୁଯୋଗ ଦିଆଯାଇଛି । ଦଳର ଦ୍ରୁତ ବୋଲିଂ ଆକ୍ରମଣ ନେବେ ନୱାନା ପ୍ରଦୀପ । କୋଭିଡ୍-୧୯ କଟକଣା କାରଣରୁ ଦଳଗୁଡିକୁ ୪ ଖେଳାଳିଙ୍କୁ ଷ୍ଟାଣ୍ଡ ବାଇ ଭାବେ ରଖିବାକୁ ଆଇସିସି ଅନୁମତି ଦେଇଛି । ଶ୍ରୀଲଙ୍କା ଲାହିରୁ କୁମାର, ବିନୁରା ଫର୍ଣ୍ଣାଡୋ, ଅକିଳା ଧନଞ୍ଜୟ ଓ ପୁଲିନା ଥରଙ୍ଗାଙ୍କୁ ରିଜର୍ଭ ଖେଳାଳି ଭାବେ ସାମିଲ୍ କରିଛି ।

ଦଶୁନ ଶନାକା(ଅଧିିନାୟକ), ଧନଞ୍ଜୟ ଡି ସିଲଭା(ଉପ ଅଧିନାୟକ), କୁଶଲ ପେରେରା, ଦିନେଶ ଚାନ୍ଦିମାଲ, ଅବିଷ୍କା ଫର୍ଣ୍ଣାଡୋ, ବି ରାଜପକ୍ଷେ, ସି ଅସଲଙ୍କା, ୱାନିନ୍ଦୁ ହସରଙ୍ଗା, ସି କରୁଣାରତ୍ନେ, ନୱାନ ପ୍ରଦୀପ, ଦୁଷ୍ମନ୍ତ ଚାମିରା, ପି ଜୟାବିକ୍ରମା, ଏଲ ମାଣ୍ଡୁଶାକା, ଏମ ଥିକଶାନା ।
ରିଜର୍ଭ ଖେଳାଳି- ଲାହିରୁ କୁମାର, ବିନୁରା ଫର୍ଣ୍ଣାଡୋ, ଅକିଳା ଧନଞ୍ଜୟ ଓ ପୁଲିନା ଥରଙ୍ଗା ।