Odia News Portal

ନୀଳାଚଳ ଇସ୍ପାତକୁ କିଣିବ ଟାଟା ଷ୍ଟିଲ୍

ଯାଜପୁରରେ ନୀଳାଚଳ ଇସ୍ପାତ କୁ କିଣିବ ଟାଟା । ୧୨ହଜାର ଶହେ କୋଟି ଟଙ୍କାର ସର୍ବାଧିକ ବିଡିଂ ଡାକିଥିଲା ଟାଟା ଷ୍ଟିଲ୍ । ନୀଳାଚଳ ଇସ୍ପାତ ନିଗମ ଲିମିଟେଡକୁ କିଣିବା ପାଇଁ ଟାଟାର ବିଡିଂକୁ ଗ୍ରହଣ କରିଛି କେନ୍ଦ୍ର ଅର୍ଥନୈତିକ ବ୍ୟାପାର ସମ୍ପର୍କିତ କ୍ୟାବିନେଟ୍ କମିଟି । ଯାଜପୁର ଜିଲ୍ଲା କଳିଙ୍ଗନଗରରେ ରହିଛି ନୀଳାଚଳ ଇସ୍ପାତ କାରଖାନା । ଏହାର ଉତ୍ପାଦନ କ୍ଷମତା ରହିଛି ୧.୧ ମେଟ୍ରିକ୍ ଟନ୍ । କ୍ଷତି ଯୋଗୁ ଗତବର୍ଷ ମାର୍ଚ୍ଚ ୩୦ ତାରିଖରୁ ବନ୍ଦ ରହିଛି ନୀଳାଚଳ ଇସ୍ପାତ ।