Odia News Portal

ଗଂଜାମ ଓ ଗଜପତି ପରିଦର୍ଶନରେ ଯିବେ କେନ୍ଦ୍ରୀୟ ଟିମ

ତିତଲ ପ୍ରଭାବିତ ଗଂଜାମ ଓ ଗଜପତି ଜିଲ୍ଲାରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ଅନୁଧ୍ୟାନ କରିବାପାଇଁ କେନ୍ଦ୍ରୀୟ ଟିମ ଆସନ୍ତାକାଲି ଏଠାରେ ଆସି ପହଂଚୁଛନ୍ତି । ଶ୍ରୀ ଏସକେ ସାହୀଙ୍କ ନେତୃତ୍ୱରେ ଏକ ୮ଜଣିଆ ଅଫିସର ସ୍ତରୀୟ ପ୍ରତିନିଧି ଦଳ ଏଠାରେ ପହଂଚିବା ପରେ ଦୁଇ ଭାଗରେ ବିଭକ୍ତ ହୋଇ ଗଂଜାମ ଓ ଗଜପତି ଜିଲ୍ଲା ପରିଦର୍ଶନ କରିବେ । ଏହା ପରେ ଆସନ୍ତା ଦୁଇ ତାରିଖ ଦିନ ରାଜ୍ୟ ସଚିବାଳୟ ଠାରେ ରାଜ୍ୟ ସରକାର ଅଫିସର ମାନଙ୍କ ସହିତ ଆଲୋଚନା କରିବେ ।