Odia News Portal

ହ୍ୟାଟ୍ରିକ ବିଜୟ ଲକ୍ଷ୍ୟରେ ଆଜି ମଇଦାନକୁ ଓହ୍ଲାଇବ ପାକିସ୍ତାନ

ଦୁବାଇ : ଟି-୨୦ ବିଶ୍ୱକପ୍‌ ସୁପର-୧୨ରେ ଶୁକ୍ରବାର ଦୁବାଇରେ ଦୁଇ ପ‌ଡ଼ୋଶୀ ଦେଶ ପାକିସ୍ତାନ ଓ ଆଫ୍‌ଗାନିସ୍ତାନ ମୁହାଁମୁହିଁ ହେବେ। ପାକିସ୍ତାନ ନିଜର ଦୁଇଟି ଯାକ ମ୍ୟାଚ୍‌ ଜିତିଥିବାରୁ ଦୃଢ଼ ସ୍ଥିତିରେ ରହିଛି। ଏପଟେ ଆଫ୍‌ଗାନିସ୍ତାନ ବଡ଼ ବ୍ୟବଧାନରେ ସ୍କଟଲାଣ୍ଡକୁ ହରାଇଛି। ଏହି ମ୍ୟାଚରେ ଏହି ଦଳ ଉଭୟ ବ୍ୟାଟିଂ ଓ ବୋଲିଂରେ ଚମତ୍କାର ପ୍ରଦର୍ଶନ ଦେଖାଇଥିଲା। ତେଣୁ ଦୁଇ ଟ୍ରଫି ଦାବିଦାର ଭାରତ ଓ ନ୍ୟୁଜିଲାଣ୍ଡକୁ ମାତ୍‌ ଦେଇଥିବା ବାବର ଆଜମଙ୍କ ନେତୃତ୍ବାଧୀନ ପାକିସ୍ତାନ ଶୁକ୍ରବାର ମ୍ୟାଚ୍‌ରେ ଆଫ୍‌ଗାନିସ୍ତାନକୁ ହାଲ୍‌କା ଭାବେ ନେବନି।

ଅନ୍ୟପକ୍ଷରେ ଏପର୍ଯ୍ୟନ୍ତ ପାକିସ୍ତାନର ଟପ୍‌ ଅର୍ଡର ବ୍ୟାଟର୍‌ ଅଧିନାୟକ ବାବର ଆଜମ ଓ ମହମ୍ମଦ ରିଜୱାନ ପୂରା ଫର୍ମରେ ରହିଛନ୍ତି। ପାକିସ୍ତାନ ଚଳିତ ବିଶ୍ବକପ୍‌ରେ ହ୍ୟାଟ୍ରିକ ବିଜୟ ସହ ନାମିବ୍ୟା ଓ ସ୍କଟ୍‌ଲାଣ୍ଡ ମ୍ୟାଚ୍‌ ପୂର୍ବରୁ ପ୍ରାୟତଃ ସେମିଫାଇନାଲ୍‌ ସ୍ଥାନ ପକ୍କା କରିବାକୁ ଚାହିଁବ।