Odia News Portal

ଆଜି ହାଇଦ୍ରାବାଦକୁ ଭେଟିବ ବାଙ୍ଗାଲୋର

ଦୁବାଇ: ଆଇପିଏଲ ମହାସମରରେ ଆଜି ହାଇଦ୍ରାବାଦ ଏବଂ ବାଙ୍ଗାଲୋର ମଧ୍ୟରେ ମୁକାବିଲା ହେବାକୁ ଯାଉଛି । ପ୍ଲେ ଅଫ୍ ଦୌଡ଼ରୁ ବାଦ ପଡ଼ିସାରିଥିବା ସନ୍ରାଇଜର୍ସ ଅନ୍ତିମ ଦୁଇ ମୁକାବିଲାକୁ ଜିତି ସମ୍ମାନର ସହ ଅଭିଯାନ ଶେଷ କରିବା ଲକ୍ଷ୍ୟରେ ରହିବ। ଅନ୍ୟପକ୍ଷରେ ଆସନ୍ତାକାଲି ମ୍ୟାଚ୍ରେ ବିଜୟୀ ହୋଇପାରିଲେ ବିରାଟ କୋହଲିଙ୍କ ନେତୃତ୍ବାଧୀନ ଆର୍ସିବି ଶୀର୍ଷ ୨ ସ୍ଥାନରେ ଲିଗ୍ ପର୍ୟ୍ୟାୟ ଶେଷ କରିବା ଲାଗି ଦାବିଦାରି ଉପସ୍ଥାପନ କରିପାରିବ। ଆର୍ସିବି ସଂପ୍ରତି ୧୨ ମ୍ୟାଚ୍ ଖେଳି ୧୬ ପଏଣ୍ଟ୍ ସହ ତୃତୀୟ ସ୍ଥାନରେ ରହିଛି। ଶେଷ ଦୁଇ ମ୍ୟାଚ୍ ଜିତି ପାରିଲେ ଏହି ଦଳ ଶୀର୍ଷ ୨ ସ୍ଥାନରେ ରହି କ୍ବାଲିଫାୟର ୧ ଓ କ୍ବାଲିଫାୟର-୨ ଖେଳିବାର ସୁଯୋଗ ପାଇବ। ଅନ୍ୟପକ୍ଷରେ ସନ୍ରାଇଜର୍ସ ତା’ର ଅନ୍ତିମ ଦୁଇ ମୁକାବିଲାରେ ବିଜୟୀ ହେଲେ ନିଜ ବିଜୟ ଖାତାକୁ କିଛିଟା ସମୃଦ୍ଧ କରିପାରିବ। କୋହଲି, ଏବି ଡି’ଭିଲିୟର୍ସ, ଗ୍ଲେନ୍ ମ୍ୟାକ୍ସୱେଲ୍ଙ୍କ ଭଳି ଖେଳାଳି ଥିବା ଆରସିବି କିନ୍ତୁ ପସନ୍ଦର ଦଳ ଭାବେ ପଡ଼ିଆକୁ ଓହ୍ଲାଇବ। ଆତ୍ମବିଶ୍ବାସରେ ଭରପୁର ଏହି ଦଳକୁ ହରାଇବାକୁ ହେଲେ ସଂଘର୍ଷରତ ସନ୍ରାଇଜର୍ସକୁ ନିଜ ଶ୍ରେଷ୍ଠ ପ୍ରଦର୍ଶନଠାରୁ ବି ଭଲ କରିବାକୁ ହେବ।