Odia News Portal

ଆସନ୍ତାକାଲି ପିପିଲି ଭୋଟ ଗଣତି

ଭୁବନେଶ୍ୱର: ସରିଛି ପିପିଲି ଉପନିର୍ବାଚନ । ଇଭିଏମରେ ସିଲ୍ ହୋଇ ରହିଥିବା ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ଆସନ୍ତାକାଲି ହେବ । ୧୦ ପ୍ରାର୍ଥୀଙ୍କ ଫଳାଫଳ ପ୍ରକାଶ ପାଇବ । ତେବେ ତିନି ପ୍ରମୁଖ ରାଜନୈତିକ ଦଳ କଂଗ୍ରେସ, ବିଜେପି ଏବଂ ବିଜେଡି ମଧ୍ୟରେ କଡା ଟକ୍କର ହେବ । ତେବେ ରାଜନୈତିକ ବିଶେଷଜ୍ଞଙ୍କ ମତରେ ବିଜେପି ଏବଂ ବିଜେଡି ମଧ୍ୟରେ ଦେଖିବାକୁ ମିଳିବ ଦ୍ୱିମୁଖୀ ଲଢ଼େଇ । ଆସନ୍ତାକାଲି ହେବ ପିପିଲି ଭୋଟ ଗଣତି। ସକାଳ ୮ଟାରୁ ୩ଟି ରୁମ୍ରେ ଭୋଟ ଗଣତି ଆରମ୍ଭ ହେବ। ଗୋଟିଏ ରୁମ୍ରେ ପୋଷ୍ଟାଲ୍ ବାଲାଟ୍ ଓ ଅନ୍ୟ ୨ଟି ରୁମ୍ରେ ଇଭିଏମ୍ରୁ ଭୋଟ୍ ଗଣତି ହେବ। ଏଥିପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଭୋଟ ଗଣତି ପାଇଁ ସମସ୍ତଙ୍କୁ ଥର୍ମାଲ ସ୍କ୍ରିନିଂ କରାଯାଇ ରୁମ୍ ଭିତରକୁ ଛଡାଯିବ। ଡବଲ ଡୋଜ୍ ନେଇଥିବା କର୍ମଚାରୀମାନଙ୍କୁ ଭୋଟ ଗଣତି କାର୍ୟ୍ୟରେ ନିୟୋଜିତ କରାଯିବ ବୋଲି କହିଛନ୍ତି ସିଇଓ ସୁଶୀଲ ଲୋହାନୀ।