Odia News Portal

ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୩୭୨୦୪ କୁ ବୃଦ୍ଧି

ଭୁବନେଶ୍ୱର : ଗତ ୨୪ ଘଂଟାରେ ରାଜଧାନୀ ଭୁବନେଶ୍ୱରରେ ଆଉ ୪୭୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିରୁ ୮୮ ଜଣ କ୍ୱାରେଂଟାଇନ୍ ରେ ଥିବା ବେଳେ ୩୮୮ ଜଣ ଲୋକାଲ୍ କେସ୍ । ସେହିପରି ୨୪ ଘଂଟାରେ ଆଉ ୧୪୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଟ୍ୱିଟ୍ କରି ସୂଚନା ଦେଇଛି ।
ନୂତନ ଆକ୍ରାନ୍ତଙ୍କୁ ମିଶାଇ ବିଏମ୍ସି ଅଂଚଳରେ ଆକ୍ରାନ୍ତଙ୍କ ସଂଖ୍ୟା ୩୭୨୦୪ କୁ ବୃଦ୍ଧି ପାଇଛି । ସେଥିରୁ ୩୩୩୪୮ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଥିବା ବେଳେ ୨୫୦ ଜଣଙ୍କ ମୃତ୍ୟୁ ଘଟିଛି । ଏବେ ୩୫୮୫ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି ।
ଆଜି ଚିହ୍ନଟ ହୋଇଥିବା ୩୮୮ ଲୋକାଲ କେସ୍ ଭିତରୁ ଓଲ୍ଡ ଟାଉନ୍ ରୁ ସର୍ବାଧିକ ୩୩ ଜଣ, ନୟାପଲ୍ଲୀରୁ ୨୫ , ପଟିଆରୁ ୨୩, ଚନ୍ଦ୍ରଶେଖରପୁରରୁ ୨୧, ଟଙ୍କପାଣି ରୋଡ୍ ଓ ଖଣ୍ଡଗିରିରୁ ୧୮ ଜଣ ଲେଖାଏଁ , ଲକ୍ଷ୍ମୀସାଗରରୁ ୧୭, ରସୁଲଗଡରୁ ୧୨, ଝାରପଡାରୁ ୧୧ , ଜାଗମରାରୁ ୧୦,ବରମୁଣ୍ଡାରୁ ୯ ଜଣ ସଂକ୍ରମିତ ରହିଛନ୍ତି ।
ସେହିପରି କ୍ୱାରେଂଟାଇନ୍ ମାମଲା ମଧ୍ୟରୁ ପଟିଆ ଓ ୟୁନିଟ୍ ୯ରୁ୬ ଜଣ ଲେଖାଏଁ, ଶୈଳଶ୍ରୀବିହାର,ନୟାପଲ୍ଲୀ, ରସୁଲଗଡ ଓ ଝାରପଡାରୁ ୫ ଜଣ ଲେଖାଏଁ ଆକ୍ରାନ୍ତ ରହିଛନ୍ତି ।