Odia News Portal

ରାହୁଲଙ୍କ ଭାଷା କହୁଛନ୍ତି ସ୍ୱାସ୍ଥ୍ୟ ବିଭାଗ ସଚିବ

* ଟିକା ଅଭାବ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ |
*୧୧ କୋଟି କରୋନା ଟିକାରୁ କେବଳ ଓଡିଶାକୁ ୪୫ ଲକ୍ଷ ଟିକା ଆସିଛି |

ଭୁବନେଶ୍ୱର: ରାଜ୍ୟରେ ହୁ ହୁ ହୋଇ ବଢିଚାଲିଛି ସଂକ୍ରମିତଙ୍କ ସଂଖ୍ୟା| ଟିକା ଅଭାବ ଯୋଗୁଁ ରାଜ୍ୟରେ ଜଟିଳରୁ ଜଟିଳତମ ପରିସ୍ଥିତି ମଧ୍ୟ ଦେଖା ଦେଲାଣି । ଟିକା ଅଭାବରୁ ମଙ୍ଗଳବାର ରାଜ୍ୟର ୧୧ ଜିଲ୍ଲାର ୯୮୧ଟି କେନ୍ଦ୍ରରେ ଟିକା ଦିଆଯାଇ ନାହିଁ | ତେବେ ଟିକା ଅଭାବ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ ଏହାକୁ ଖଣ୍ଡନ କରିବା ସହ କହିଛନ୍ତି ଭାରତ ବର୍ଷରେ ୧୧-୧୨ କୋଟି ଟିକା ଭିତରୁ ୪୫ ଲକ୍ଷ ଟିକା ଓଡିଶାକୁ ଆସିଛି । ତେବେ ଏଠି ଏସବୁ ବିବାଦ ଆରମ୍ଭ କରାଯାଉଛି ।

ରାଜ୍ୟରେ ଟିକାର ଅଭାବ ନାହିଁ । ରାଜନୈତିକ ସ୍ତରରେ ମୁଖ୍ୟମନ୍ତ୍ରୀ ଟିକାର ଅଭାବ କଥା ଭାବୁନଥିବା ବେଳେ ନିଜର ବାହାପିଆପଣ ଦେଖାଇବା ପାଇଁ ସ୍ୱାସ୍ଥ୍ୟ ସଚିବ ଏଭଳି କହିଛନ୍ତି ଯେ ରାଜ୍ୟରେ ଟିକା ନାହିଁ । ସେହିଭଳି ସେ ତାଙ୍କ ପ୍ରତିକ୍ରିୟାରେ ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କୁ ଟାର୍ଗେଟ କରି କହିଛନ୍ତି ରାହୁଲ ଗାନ୍ଧୀଙ୍କ ଭାଷା କହୁଛନ୍ତି ଏଠାକାର ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବ । ମୁଁ ତାଙ୍କୁ ଶୁଭେଚ୍ଛା ଦେଉଛି । ମୋର ଅନୁରୋଧ ସମାଜରେ ଏଭଳି କ୍ରାଇସେସ୍ ତିଆରି ନକରିବା ଦରକାର । ସାରା ଭାରତରେ ୧୧ କୋଟି କରୋନା ଟିକାରୁ କେବଳ ଓଡିଶାକୁ ୪୫ ଲକ୍ଷ ଟିକା ଆସିଛି । କରୋନାର ପ୍ରଥମ ଲହରବେଳେ ଟିକା ନଥିଲା । ଏବେ ଟିକାର ଅଭାବ ନଥିବା ଯୁକ୍ତି ବାଢିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଖୁବଶୀଘ୍ର ଆଉ ୨, ୩ ଟି ଟିକାକୁ ସରକାର ଅନୁମତି ଦେବାକୁ ଯାଉଛନ୍ତି । ଏହା ଦ୍ୱାରା ଟିକା ଅଧିକ ମାତ୍ରାରେ ଉପଲବ୍ଧ ହେବ ।