Odia News Portal

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ କରୋନା

* ଟ୍ବିଟ୍ କରି ସୂଚନା ଦେଲେ ଯୋଗୀ ଆଦିତ୍ୟନାଥ |
* ‘ଭର୍ଚ୍ୟୁଆଲ୍‌’ ଜରିଆରେ କରୁଛନ୍ତି ସମସ୍ତ କାର୍ଯ୍ୟ |

ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ କରୋନା ।ଏନେଇ ଟ୍ୱିଟ୍ କରି ନିଜେ ଜଣାଇଛନ୍ତି ଯୋଗୀ । ଟୁଇଟ୍‌ କରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲେଖିଛନ୍ତି, ପ୍ରାରମ୍ଭିକ ଲକ୍ଷଣ ଦେଖାଦେବା କ୍ଷଣି ମୁଁ କୋଭିଡ୍‌-୧୯ ପରୀକ୍ଷା କରାଇବାରୁ ରିପୋର୍ଟ ପଜିଟିଭ୍‌ ଆସିଲା।

ମୁଁ ଏକାନ୍ତବାସରେ ରହି ଡାକ୍ତରମାନଙ୍କ ପରାମର୍ଶ ମାନି ଚଳୁଛି। ଏବେ ସମସ୍ତ କାର୍ଯ୍ୟ ‘ଭର୍ଚ୍ୟୁଆଲ୍‌’ ଜରିଆରେ କରୁଛି । ସେ କହିଛନ୍ତି ବର୍ତ୍ତମାନ ମୁଁ ସଂଗରୋଧରେ ଅଛି । ଯଦି କେହି ମୋ ସଂସ୍ପର୍ଶରେ ଆସିଛନ୍ତି ତିବେ ନିଜର ପରୀକ୍ଷା କରାଇନିଅନ୍ତୁ ।ଏପଟେ ତାଙ୍କ ସରକାରରେ କାର୍ଯ୍ୟରତ ୧୨ରୁ ଆଇପିଏସ ଅଧିକାରୀ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।