Odia News Portal

ଏବେଠୁ ଏତେ, ଆଗକୁ କେତେ?

ଭୁବନେଶ୍ୱର: କାର୍ତ୍ତିକ ମାସ ଆରମ୍ଭରୁ ପରିବା ଦର ଆକାଶ ଛୁଅାଁ ହେଲାଣି । ଯେଉଁ ପରିବା ଧରିବ ହାଇଚାର୍ଜ ରେଟ୍ । ଗ୍ରାହାକମାନେ ପରିବା ରେଟ୍ ଶୁଣି ଛାନିଅାଁ ହେଉଛନ୍ତି । ତେବେ ପରିବା ଦର ବୃଦ୍ଧିକୁ ନେଇ ଏବେ ଖଟି ଚର୍ଚ୍ଚା । ଦର କେବେ କମିବ ଆଉ କେତେଦିନ ଏମିତି ବଢ଼ିବ ତାକୁ ନେଇ ଚର୍ଚ୍ଚା ହେଉଛି । କିଣିବା ପୂର୍ବରୁ ଚିନ୍ତା କରିବାକୁ ପଡୁଛି କେଉଁ ପରିବା କିଣିବେ । ସବୁ ୬୦ ଉପର। ଟମାଟୋ ୫୦ରୁ ୬୦, କାଙ୍କଡ ୧୦୦, ବାଇଗଣ ୭୦, ପୋଟଳ ୭୦ରୁ ୮୦, ବନ୍ଧାକୋବି କିଲୋ ୩୦, ଝୁଡୁଙ୍ଗ ବିଡା ୪୦, କ୍ୟାପସିକମ୍ ୧୨୦, ଲାଉ ଗୋଟା ୪୦,ବିନ୍ସ ୮୦ ରୁ ୯୦, କଲରା କିଲୋ ୬୦ ଟଙ୍କା ରହିଛି । ସେହିପରି ହବିଷ ପରିବାରେ ବି ମହଙ୍ଗା ମାଡ଼ । ସାରୁ କିଲୋ ୪୦, ଓଉ ଓ କଞ୍ଚାକଦଳୀ ଗୋଟା ୧୦, କନ୍ଦମୂଳ କିଲୋ ୪୦ ଟଙ୍କା । କାର୍ତ୍ତିକ ମାସରେ ଆକାଶ ଛୁଆଁ ଦରକୁ ନେଇ ଚିନ୍ତାରେ ଲୋକ। ଏବେ ଶହେ, ଦୁଇଶହ କି ୫୦୦ ନୁହେଁ, ବରଂ ୭୦୦ ରୁ ୮୦୦ ଟଙ୍କା ଖର୍ଚ୍ଚ କଲେ ବି ଭର୍ତ୍ତି ହେଉନି ବ୍ୟାଗ୍ ।