Odia News Portal

ଭିଜିଲାନ୍ସ ଜାଲରେ ଲାଇଭଷ୍ଟକ ଇନ୍ସପେକ୍ଟର

ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି କଳାରାହାଙ୍ଗ ଲାଇଭ୍‌ ଷ୍ଟକ୍‌ ଇନ୍‌ସପେକ୍ଟର ଜଗନ୍ନାଥ ରାଉତ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ରାଉତଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ଏକକାଳୀନ ୯ଟି ସ୍ଥାନରେ ଚଢ଼ାଉ ହୋଇଥିବା ସୂଚନା ମିଳିଛି । ଭୁବନେଶ୍ୱରର ରଘୁନାଥପୁରରେ ୭ଟି ସ୍ଥାନ ସହ ବାଙ୍କୀରେ ଥିବା ଗୋଟିଏ ଘରେ ମଧ୍ୟ ଯାଞ୍ଚ କରୁଛି ଭିଜିଲାନ୍ସ । କଳାରାହାଙ୍ଗରେ ଥିବା ଅଫିସରେ ମଧ୍ୟ ଟିମ୍‌ ତନତନ କରି ଯାଞ୍ଚ କରୁଛି । ଏହି ଚଢ଼ାଉରେ ଭିଜିଲାନ୍ସ ବିଭାଗର ୫ଜଣ ଡିଏସ୍‌ପି, ୧୦ଜଣ ଇନସପେକ୍ଟର ଓ ବହୁ ଅଧିକାରୀ ସାମିଲ ଅଛନ୍ତି ।