Odia News Portal

ଧରାପଡିଲେ ଲାଞ୍ଚୁଆ ରାଜସ୍ୱ ଅଧିକାରୀ

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ରାଜସ୍ୱ ଅଧିକାରୀ । କୋଦଳା ତହସିଲ ବରିଡ଼ା ଆର୍.ଆଇ ଦେବାଶିଷ ମାଝିଙ୍କୁ ଧରିଛି ଭିଜିଲାନ୍ସ । ଏକ ଜବତ ବାଲି ଟ୍ରକ୍ ଛାଡ଼ିବାକୁ ସେ ୨୫ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ନିଜ ଅଫିସ ଭିତରେ ସେ ଟଙ୍କା ନେଉଥିବା ବେଳେ ତାଙ୍କୁ ଧରିଥିଲା ଭିଜିଲାନ୍ସ । ଗାଡ଼ି ମାଲିକ ତାଙ୍କୁ ଜୋରିମାନା ବାବଦରେ ଆଗରୁ ୩୦ ହଜାର ଟଙ୍କା ଦେଇଥିଲେ ମଧ୍ୟ ଗାଡ଼ି ଛାଡ଼ିବାକୁ ମନା କରିଥିଲେ ଆର୍ ଆଇ। ସେ ୨୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଭିଜିଲାନ୍ସ ମାଝିଙ୍କୁ ଧରିଲା ପରେ ତାଙ୍କର ସରକାରୀ ବାସଭବନ ସମେତ ଅନ୍ୟ ଠିକଣାର ଏକ ଚଢ଼ାଉ କରିଛି ।