Odia News Portal

ରୋହିତଙ୍କ ବଦଳରେ ଏହି ଖେଳାଳୀଙ୍କୁ ଉପଅଧିନାୟକ କରିବାକୁ ଚାହୁଁଥିଲେ କୋହଲି

ନୂଆଦିଲ୍ଲୀ: ଭାରତୀୟ ଷ୍ଟାର କ୍ରିକେଟର ବିରାଟ କୋହଲି ଟି-୨୦ରୁ ଅଧିନାୟକ ପଦ ଛାଡ଼ିବା ପରେ ସାମ୍ନାକୁ ଆସୁଛି ଗୋଟିଏ ପରେ ପରେ ସତ୍ୟ । ଜାତୀୟ ଗଣମାଧ୍ୟମର ଖବର ମୁତାବକ, କୋହଲି ଚାହୁଁନଥିଲେ କି ରୋହିତ ଉପଅଧିନାୟକ ରୁହନ୍ତୁ । ଏପରିକି ସେ ବିସିସିଆଇ ନିକଟରେ ମଧ୍ୟ ଜଣାଇଛନ୍ତି । ରୋହିତଙ୍କ ବୟସ ହୋଇଥିବାରୁ ତାଙ୍କ ସ୍ଥାନରେ ଯୁବ ଖେଳାଳୀଙ୍କୁ ଉପଅଧିନାୟକ ରଖିବା ଲାଗି ସେ ଚାହୁଁଥିଲେ ।

କୋହଲି ଦିନିକିଆରେ କେଏଲ ରାହୁଲଙ୍କ ଉପଅଧିନାୟକ କରିବାକୁ ଚାହୁଁଥିବା ବେଳେ ଟି-୨୦ରେ ଋଷଭ ପନ୍ଥଙ୍କୁ ଉପଅଧିନାୟକ ଭାବେ ବାଛିଥିଲେ । ତେବେ ବିସିସିଆଇ ଏହାକୁ ମାନିନଥିଲା । ତେବେ କୋହଲି ଓ ବିସିସିଆଇ ମଧ୍ୟରେ ବିବାଦ ଲାଗି ରହିଥିବା ମଧ୍ୟ ଖବର ପ୍ରକାଶ ପାଇଛି । ତେବେ ଏହିସବୁ କାରଣ ଲାଗି ସେ ଟି-୨୦ ଦଳର ଅଧିନାୟକ ପଦ ଛାଡ଼ିଥିବା ଚର୍ଚ୍ଚା ହେଉଛି ।