Odia News Portal

ହାରିଲା ପାକିସ୍ତାନ

ପାକିସ୍ତାନ ୧୦୫ ରନ୍ରେ ସଫା ।ବିଶ୍ୱକପରେ ନିଜର ପ୍ରଥମ ମ୍ୟାଚରୁ ଖରାପ ପ୍ରଦର୍ଶନ କରିଛି ପାକିସ୍ତାନ । ମାତ୍ର ୨୧ ଓଭର ୪ଟି ବଲରେ ସମସ୍ତ ୱିକେଟ୍ ହରାଇ ୧୦୫ରନ୍ କରିବାକୁ ସମର୍ଥ ହୋଇଛି ପାକିସ୍ତାନ । ପ୍ରଥମରୁ ହିଁ ଖରାପ ବ୍ୟାଟିଂ ପ୍ରଦର୍ଶନ କରିଥିଲା ପାକିସ୍ତାନ ।

୨୦୧୯ କ୍ରିକେଟ୍ ବିଶ୍ୱକପର ଆଜି ଖେଳାଯାଉଛି ଦ୍ୱିତୀୟ ମ୍ୟାଚ୍ । ଆଉ ଏହି ହାଇଭୋଲଟେଜ୍ ମ୍ୟାଚରେ ମୁହାଁମୁହିଁ ହେଉଛନ୍ତି ୱେଷ୍ଟଇଣ୍ଡିଜ୍ ଏବଂ ପାକିସ୍ତାନ । ୱେଷ୍ଟଇଣ୍ଡିଜ୍ ପ୍ରଥମେ ଟସ୍ ଜିତି ବୋଲିଂ କରିବାର ନିଷ୍ପତି ନେଇଥିଲା ।