Odia News Portal

କିଏ ଜିତିବ ଫାଇନାଲ ?

ଦୁବାଇ: ଟି-୨୦ ବିଶ୍ୱକପ ଫାଇନାଲରେ ଆଜି ଭେଟାଭେଟି ହେବେ ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆ । ସୁପର ସଣ୍ଡେରେ ସୁପର ମ୍ୟାଚରେ ଭେଟାଭେଟି ହେବାକୁ ଥିବାବେଳେ କ୍ରୀଡ଼ାପ୍ରେମୀମାନେ ନି ନିଜର ମତ ରଖିବା ଆରମ୍ଭ କରିଦେଲେଣି । କିଏ ଜିତିବ ଆଉ କିଏ ହାରିବ ତାକୁ ନେଇ ମଧ୍ୟ ସୋସିଆଲ ମିଡିଆରେ ଟ୍ରେଣ୍ଡ ଆରମ୍ଭ ହୋଇଯାଇଛି । ଉଭୟ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଅଧିକାଂଶ କ୍ରିକେଟ୍ ପଣ୍ଡିତଙ୍କ ଆକଳନକୁ ଭୁଲ ପ୍ରମାଣିତ କରି ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍ର ଫାଇନାଲ୍ରେ ପ୍ରବେଶ କରିଛନ୍ତି। ଏଣୁ ଦୁଇଟି ଯାକ ଦଳ ନିଜ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଇ ପ୍ରଥମ ଥର ଟ୍ବେଣ୍ଟି-୨୦ ବିଶ୍ବକପ୍ ତୋଳି ଧରିବାକୁ ଆପ୍ରାଣ ଉଦ୍ୟମ କରିବେ। ଯିଏ ଜିତୁ ନା କାହିଁକି ଟ୍ବେଣ୍ଟି-୨୦ କ୍ରିକେଟ୍କୁ କିନ୍ତୁ ମିଳିଯିବ ନୂଆ ବିଶ୍ବବିଜେତା। ମାତ୍ର କିଛି ବର୍ଷ ଭିତରେ ଲୋକପ୍ରିୟତାର ଶିଖର ଛୁଇଁଥିବା କ୍ରିକେଟ୍ର ଏହି ଛୋଟିଆ ଫର୍ମାଟ୍ର ଜାଜ୍ଜ୍ବଲ୍ୟମାନ ଇତିହାସରେ ଯୋଡ଼ି ହୋଇଯିବ ନୂଆ ଅଧ୍ୟାୟ।