Odia News Portal

କାହିଁକି ହୁଏ ଅଶ୍ୱତ୍‌ଥ ବୃକ୍ଷର ପୂଜା?ଜାଣନ୍ତୁ ରହସ୍ୟ…..

ଭୁବନେଶ୍ୱର: ହିନ୍ଦୁଧର୍ମ ଅନୁଯାୟୀ ଅଶ୍ୱତଥ ବୃକ୍ଷକୁ ଅତ୍ୟନ୍ତ ପବିତ୍ର ବୃକ୍ଷ କୁହାଯାଏ। ଏହି ବୃକ୍ଷର ପୂଜାର୍ଚ୍ଚନା ନିମନ୍ତେ ମଧ୍ୟ ପରାମର୍ଶ ଦିଆଯାଇଛି। ଭାରତୀୟ ଧର୍ମ ଶାସ୍ତ୍ରରେ ଏହି ବୃକ୍ଷରେ ସବୁ ଦେବାଦେବୀଙ୍କ ନିବାସ ବୋଲି ବର୍ଣ୍ଣନା ରହିଛି। ଏଣୁ ଅଶ୍ୱତଥ ଗଛ ପାଖ ଆଖରେ ଘର କରି ରହିବାରେ କୌଣସି ଅସୁବିଧା ହୋଇ ନଥାଏ।

ତେବେ ଏହି ବୃକ୍ଷକୁ କଷ୍ଟ ଦେଲେ ଅଥବା ଡାଳ କାଟିଲେ ବ୍ୟକ୍ତିଙ୍କ ପିତୃପୁରୁଷଙ୍କୁ କଷ୍ଟ ହୋଇଥାଏ ବୋଲି ଲୋକଙ୍କ ଧାରଣା ରହିଛି।ଅଶ୍ୱତ୍‌ଥ ଆରାଧନା କଲେ ସକଳ ଦେବତା ପ୍ରୀତ ହୁଅନ୍ତି ।ଏହାକୁ ପୂଜାକଲେ ବନ୍ଧ୍ୟା ଦୋଷ ଦୂର ହୁଏ । ଅକାଳ ମୃତ୍ୟୁରୁ ରକ୍ଷା ମିଳେ ।ସମସ୍ତ ମନୋକାମନା ପୂର୍ଣ୍ଣ ହୁଏ।ଅଶ୍ୱତ୍‌ଥ ବୃକ୍ଷ ହେଉଛି ଧର୍ମ-ଅର୍ଥ-କାମ-ମୋକ୍ଷର ପ୍ରତୀକ ।ଏହାକୁ ପୂଜା କଲେ ସର୍ବାରିଷ୍ଟ ଖଣ୍ଟନ ହୁଏ । ଅଶ୍ୱତ୍‌ଥ ରୋପଣ କଲେ ବଂଶ ଉଜ୍ଜ୍ୱଳ ହେବା ସହିତ ପିତୃପୁରୁଷ ମୋକ୍ଷଲାଭ କରନ୍ତି ।

ଅଥର୍ବ ବେଦରେ ଓସ୍ତଗଛର ମୂଳକୁ ଦେବତାଙ୍କ ସ୍ୱର୍ଗ ବୋଲି ବର୍ଣ୍ଣନା କରାଯାଇଛି। ଏଣୁ ବୃକ୍ଷମୂଳରେ ବିଷ୍ଣୁ, ଗଣ୍ଡିରେ କେଶବ, ଡାଳରେ ନାରାୟଣ, ପତ୍ରରେ ଶ୍ରୀ ହରି ଓ ଫଳ ସବୁଦେବତାଙ୍କ ବାସ ବୋଲି ବି ବର୍ଣ୍ଣନା ରହିଛି। ତେବେ ବୈଜ୍ଞାନିକ ମତ ଅନୁସାରେ ଅନ୍ୟ କୌଣସି ବୃକ୍ଷ ଅପେକ୍ଷା ଜୀବଜଗତ ଲାଗି କେବଳ ଓସ୍ତ ଗଛ ହିଁ ବିପୁଳ ପରିମାଣର ଅମ୍ଳଜାନ ଯୋଗାଇଥାଏ