Odia News Portal

ଦାଢୀ ରଖିଥିବାରୁ ଛାଡପତ୍ର

ଉତ୍ତରପ୍ରଦେଶର ଆଲୀଗଡ଼ ଠାରେ ଜଣେ ମୁସଲିମ୍ ଧର୍ମଗୁରୁଙ୍କ ପତ୍ନୀ ସ୍ୱାମୀ ଦାଢି ରଖିଥିବାରୁ ଛାଡ଼ପତ୍ର ଦେବାକୁ ଧମକ ଦେଇଥିବା ଖବର ଏବେ ସାମ୍ନାକୁ ଆସିଛି । ତାଙ୍କ ପତ୍ନୀଙ୍କ କହିବା ମୁତାବକ “ମୁଁ ଜଣେ ମଡ଼େଲ ତେଣୁ ମତେ ବିନା ଦାଢୀ ବାଲା ସ୍ୱାମୀ ଦରକାର” ।  

ତେବେ ଏହି ଦାଢିକୁ ନେଇ ଉଠିଥିବା ବିବାଦକୁ ନେଇ ଧର୍ମଗୁରୁ ଜଣଙ୍କ ଏସଏସପିିର ସାହାର୍ଯ୍ୟ ଲୋଡ଼ିଛନ୍ତି । ଅଭିଯୋଗରେ ଧର୍ମଗୁରୁ ଜଣଙ୍କ କହିଛନ୍ତି ଯେ “ ମୋ ବାହାଘର ୨୦୨୦ ଜୁନ୍ ରେ ହୋଇଥିଲା । କିନ୍ତୁ ବର୍ତ୍ତମାନ ମୋ ସ୍ତ୍ରୀ ଏବେ କହୁଛି ଦାଢି କାଟିବାକୁ । ହେଲେ ମୁଁ ଏକ ଧାର୍ମିକସ୍ଥଳରେ ଧର୍ମଗୁରୁ ଅଛି । ତେଣୁ ଏପରି କାର୍ଯ୍ୟ କରିପାରିବି ନାହିଁ ,ମୁଁ ମୋ ସ୍ତ୍ରୀର ଏପରି କାର୍ଯ୍ୟ ପାଇଁ ବହୁତ ଚିନ୍ତିତ । 

ତେଣୁ ମୁଁ ଏଠାକୁ ଅଭିଯୋଗ ଦେବାକୁ ଆସିଛି” କେବଳ ଏତିକି ନୁହେଁ ସେ ଏହା ମଧ୍ୟ କହିଛନ୍ତି ବାହାଘରର କିଛି ମାସ ପରେ ମୋ ସ୍ତ୍ରୀ ଦାଢୀ କାଟିବାର ଧମକ ଦେଇଥିଲେ । ଏପରି ଏହି କଥା ପାଇଁ ମୋ ବାପା ମାଙ୍କ ସହ ମଧ୍ୟ ଝଗଡ଼ା ହୋଇଥିଲା । ତେଣୁ ସେହି ଧର୍ମଗୁରୁ ଜଣଙ୍କ ତାଙ୍କର ଏହି ଅଭିଯୋଗ ଏସଏସପି ଅଫିସକୁ ଆସି ଦେଇଛନ୍ତି । ଆଉ ଦାବି କରିଛନ୍ତି ଏହି ମାମଲାରେ ମତେ ନ୍ୟାୟ ଦରକାର ।