Odia News Portal

ସ୍ୱାମୀଙ୍କ ଦ୍ୱିତୀୟ ବିବାହ ପରେ ଶ୍ୱଶୁରଘର ଦୁଆରେ ଧାରଣା ଦେଲେ ପ୍ରଥମ ପତ୍ନୀ

କେନ୍ଦ୍ରାପଡ଼ା: ମହାକାଳପଡ଼ା ଥାନା କୋଚିଳା ଗ୍ରାମର ରାଧାଶ୍ୟାମ ସାହୁଙ୍କ ପୁଅ ପ୍ରହଲ୍ଲାଦଙ୍କ ଘର ଆଗରେ ବରକନ୍ଦା ଗ୍ରାମର ସୁଦର୍ଶନ ବେହେରାଙ୍କ ଝିଅ ରଶ୍ମିତା ଧରଣାରେ ବସି ରହିଥିଲେ । ତାଙ୍କର ଅଭିଯୋଗ ଅନୁଯାୟୀ ତାଙ୍କ ସ୍ୱାମୀ ତାଙ୍କୁ ୨୦୧୩ ମସିହା ଜୁନ୍ ୧୭ ତାରିଖରେ ବିବାହ କରିଥିଲେ । ଘରେ ଗଣ୍ଡଗୋଳ ଲାଗିବାରୁ ଦେଢ଼ଶୁର ତାଙ୍କ ବାପଘରକୁ ଫୋନ୍ କରି ତାଙ୍କୁ ପଠାଇ ଦେଇଥିଲେ । ସେବେଠାରୁ ସେ ୭ ବର୍ଷ ହେଲା ବାପଘରେ ରହୁଛନ୍ତି ।

ଅପରପକ୍ଷରେ ତାଙ୍କୁ ନ ଜଣାଇ ତାଙ୍କ ସ୍ୱାମୀ ପୁଣି ଦ୍ୱିତୀୟ ବିବାହ କରିଛନ୍ତି । ଶାଶୂଘର ଲୋକମାନେ ତାଙ୍କୁ ଧକ୍କା ମାରି ନିର୍ଯାତନା ଦେଇଛନ୍ତି । ତେଣୁ ତାଙ୍କୁ ନ୍ୟାୟ ଦିଆଯାଉ ବୋଲି ସେ ଦାବି କରିଛନ୍ତି । ତେବେ ଘଟଣା ସମ୍ପର୍କରେ ମହାକାଳପଡ଼ା ଥାନାରେ ଅଭିଯୋଗ ହୋଇ ନଥିବା ଜଣାଯାଇଛି।