Odia News Portal

ଯାତ୍ରୀବାହୀ ବସ-ଟ୍ରକ ଦୁର୍ଘଟଣାଗ୍ରସ୍ତ, ୧୪ ମୃତ

ରାଜସ୍ଥାନ() ବସ-ଟ୍ରକ ଦୁର୍ଘଟଣା ହେବା କାରଣରୁ ଘଟଣା ସ୍ଥଳରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ୧୯ ଜଣ ଆହତ ହୋଇଥିବା ମଧ୍ୟ ଜଣାପଡିଛି ।

ସୂଚନା ଅନୁସାରେ, ଆଜି ସକାଳେ ବିକାନୀର ଜିଲ୍ଲା ଶ୍ରୀଡୁଙ୍ଗରଗଡ ଦେଇ ଯାଇଥିବା ୧୧ନମ୍ବର ଜାତୀୟ ରାଜପଥରେ ଏକ ବସ ଓ ଟ୍ରକ ମଧ୍ୟରେ ଦୁର୍ଘଟଣା ଘଟିଥିଲା। ଉଭୟ ବସ ଓ ଟ୍ରକ ରାସ୍ତା ଉପରେ ଓଲଟି ପଡିଥିଲା । ଫଳରେ ଘଟଣାସ୍ଥଳରେ ହିଁ ୧୪ ଜଣ ବସଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୯ ଜଣ ଆହତ ହୋଇଛନ୍ତି । ଖବର ପାଇ ପୁଲିସ ଏବଂ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତି କରିଥିଲେ । ତେବେ ଉଭୟ ଗାଡିର ବେଗ ଅଧିକ ଥିବା କୁହାଯାଉଛି ।