Odia News Portal

ଟ୍ରକ-ଟ୍ରେଲର ମୁହାଁମୁହିଁ : ୧୦ ମୃତ ୧୬ ଆହତ

ଭଦୋଦରା()   ଗୁଜରାଟରେ ଏକ ଭୟାବହ ସଡକ ଦୁର୍ଘଟଣାରେ ୧୦ ଜଣ ଲୋକଙ୍କ ପ୍ରାଣହାନି ଘଟିଛି । ଭଦୋଦରା ସହରରେ ଭୋର ସମୟରେ ଏକ ଟ୍ରକ ଏବଂ ଟ୍ରଲର ମଧ୍ୟରେ ଦୁର୍ଘଟଣା ଘଟିଥିବା ବେଳେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟୁନ ୧୬ ଜଣ ଆହତ ହୋଇଛନ୍ତି ।

ରାତି ୨.୪୫ ମିନିଟ ସମୟରେ ୱାଘୋଡିଆ ସର୍କଲ ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ଟ୍ରକଟି ପାଭାଗଡରୁ ପଞ୍ଚମାଲ ଆଡକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଟ୍ରକ ଡାଲାରେ ପ୍ରାୟ ୨୫ରୁ ଅଧିକ ଲୋକ ବସିଥିବା ଜଣାପଡିଛି । ଟ୍ରକ ଡାଲାରେ ବସିଥିବା ଲୋକଙ୍କ ମଧ୍ୟରୁ ପ୍ରାୟ ୧୦ ଜଣ ପ୍ରାଣ ହରାଇଛନ୍ତି ବୋଲି ଭଦୋଦରା ଡେପୁଟି କମିତଶନର କରଣରାଜ ବାଘେଲା ପ୍ରକାଶ କରିଛନ୍ତି । ମୃତକଙ୍କ ମଧ୍ୟରେ ପ୍ରାୟ ୫ ଜଣ ମହିଳା ରହିଛନ୍ତି ବୋଲି ପୋଲିସ କମିଶନର ଆର ବି ବ୍ରହ୍ମଭଟ୍ଟ ପ୍ରକାଶ କରିଛନ୍ତି ।

ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ବ୍ୟକ୍ତ କରିଛନ୍ତି । ଏହି ଦୁର୍ଘଟଣାକୁ ନେଇ ମୁଁ ଅତ୍ୟନ୍ତ ମର୍ମାହତ ଏବଂ ଆହତ ମାନଙ୍କ ଆଶୁ ଆରୋଗ୍ୟ କାମନା କରୁଛି । ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଏବଂ ସମସ୍ତ ସହାୟତାର ବ୍ୟବସ୍ଥା କରିଛନ୍ତି ବୋଲି ମୋଦି ଟ୍ୱିଟ କରିଛନ୍ତି ।