Odia News Portal

କରୋନାରେ ଆକ୍ରାନ୍ତ ହେଲା ବିଲେଇ

ଆମେରିକାରେ ୨ଟି ପୋଷା ବିଲେଇ କରୋନା ସଂକ୍ରମଣ ଶିକାର ହୋଇଛନ୍ତି । ପ୍ରଥମଥର ପାଇଁ ଆମେରିକାରେ ପଶୁଙ୍କ ଦେହରେ ଏହି ସଂକ୍ରମଣ ହୋଇଛି ବୋଲି ଆମେରିକା ସରକାର ସ୍ପଷ୍ଟ କରିଛନ୍ତି । ଶ୍ୱାସ ରୋଗରେ ଆକ୍ରାନ୍ତ ଥିବା ଏହି ୨ଟି ବିଲେଇ ସେମାନଙ୍କ ମାଲିକ କିମ୍ବା ପଡ଼ୋଶୀଙ୍କ ଠାରୁ ସଂକ୍ରମିତ ହୋଇଥିବା ଅନୁମାନ କରାଯାଉଛି । ଆମେରିକାର କୃଷି ବିଭାଗ ଓ ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର ଏହି ସୂଚନା ଦେଇଛି ।

ତେବେ ପଶୁ ଦେହରେ କରୋନା ଭୂତାଣୁ ଠାବ ଏହା ପ୍ରଥମ ଘଟଣା ନୁହେଁ । ନ୍ୟୁୟର୍କ ବ୍ରୋନକ୍ସ ପ୍ରାଣୀ ଉଦ୍ୟାନରେ ମାଲ୍ୟାୟାନ ଟାଇଗର ନାଦିଆଠାରେ କରୋନା ଭୂତାଣୁ ମିଳିଥିଲା । ଆମେରିକାର କୃଷି ବିଭାଗର ଜାତୀୟ ପଶୁସେବା ପରୀକ୍ଷାଗାରର ତରଫରୁ ଏହା ସ୍ପଷ୍ଟ କରାଯାଇଥିଲା ।