Odia News Portal

କରୋନାରେ ଆକ୍ରାନ୍ତଙ୍କ ହେଲା ଏହି ଫଳ

ଶେଷରେ କରୋନାର ଶିକାର ହୋଇଛନ୍ତି ଛେଳି। ଏକ ଆଫ୍ରିକୀୟ ଦେଶ ତାଞ୍ଜାନିଆରେ ଛେଳି ଓ ଫଳ ମଧ୍ୟ କରୋନା ପଜିଟିଭ ବୋଲି ଜଣାପଡିଛି। ରବିବାର ଦିନ ଜଣାପଡିଥିଲା ଯେ, ସେଠାର ଏକ ଛେଳି ଓ ସ୍ବତନ୍ତ୍ର ପ୍ରକାର ଫଳ ପପ୍ (PawPaw) କରୋନା ଭାଇରସ୍ ସଂକ୍ରମିତ ହୋଇଥିବାର ଜଣାପଡିଥିଲା। ଏହାପରେ ଦେଶର ରାଷ୍ଟ୍ରପତି ମାଗୁଫୁଲି କହିଥିଲେ, ଟେଷ୍ଟ କିଟ୍ ଠିକ୍ ନଥିଲା। ଏହାର ଯାଞ୍ଚ ହେବା ଦରକାର।

ଉଲ୍ଲେଖନୀୟ ଯେ, କିଛି ଦିନ ପୂର୍ବେ ତାଞ୍ଜାନିଆର ରାଷ୍ଟ୍ରପତି ମାଗୁଫୁଲିଙ୍କ ଦ୍ବାରା କରୋନା ଭାଇରସ୍ ମାମଳା ଲୁଚାଇବା ନେଇ ସାରା ବିଶ୍ବରେ ଖୁବ୍ ସମାଲୋଚନା କରାଯାଇତିଲା। କାରଣ ସେତେବେଳେ କରୋନା ମାମଲାକୁ ଲୁଚାଇବା ସହିତ ମାଗୁଫୁଲି ନିଜ ଦେଶବାସୀଙ୍କୁ ଏଭଳି ଏକ କଥା କହିଥିଲେ, ଯାହାକୁ ନେଇ ଲୋକମାନେ ତାଙ୍କୁ ପରିହାସ କରିଥିଲେ। ସେ କହିଥିଲେ, ଆପଣମାନେ ପ୍ରାର୍ଥନା କରନ୍ତୁ ଭାଇରସ୍ ଆପଣଙ୍କ ଉପରେ ଆକ୍ରମଣ ନକରୁ।

ରାଷ୍ଟ୍ରପତି ଜନ୍ ମାଗୁଫୁଲି କହିଥିଲେ, ଆମ ଦେଶକୁ ବିଦେଶରୁ କରୋନା ଭାଇରସ୍ ଟେଷ୍ଟ କିଟ୍ ଆସିସାରିଛି। ତାହା ଭୁଲ ହୋଇପାରେ। ଏଭଳି କିପରି ହୋଇପାରେ ଯେ ଫଳ ଓ ଛେଳି କରୋନା ପଜିଟିଭ ବାହାରିଲେ? ଏହାପରେ ରାଷ୍ଟ୍ରପତି ନିଜର ସେନାକୁ କହିଛନ୍ତି, ଟେଷ୍ଟ କିଟର ଯାଞ୍ଚ କରିବା ଦରକାର। ସେ କହିଛନ୍ତି, ଏହି ସାମ୍ପଲ ଛେଳି ଓ ଫଳ ଓ ମେଣ୍ଢାଠାରୁ ନିଆଯାଇଥିଲା। ଏହାର ସାମ୍ପଲକୁ ମଣିଷର ନାମ ଓ ବୟସ ଦିଆଯାଇଥିଲା। ଏହାପର ସାମ୍ପଲକୁ ଯାଞ୍ଚ ପାଇଁ ତାଞ୍ଜାନିଆ ଲ୍ୟାବ୍ ପଠାଯାଇଥିଲା। ଯେଉଁଠାରେ ଯାଞ୍ଚ ପରେ ଛେଳି ଓ ଫଳ କରୋନା ପଜିଟିଭ ବାହାରିଛନ୍ତି।

ରବିବାର ପର୍ଯ୍ୟନ୍ତ ତାଞ୍ଜାନିଆରେ କରୋନା ମୋଯ ୪୮୦ ଜଣ କରୋନା ପଜିଟିଭଙ୍କ ସଂଖ୍ୟା ରହିଥିବା ବେଳେ ୧୭ ଜଣଙ୍କର ମୃତ୍ୟୁ ହୋଇଛି।