Odia News Portal

କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣକୁ ଅନୁମତି

ନୂଆଦିଲ୍ଲୀ()  ଭାରତର ପ୍ରଥମ କରୋନା ଟୀକା କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଅନୁମତି ପ୍ରଦାନ କରାଯାଇଛି । ଭାରତ ବାୟୋଟେକ ଏବଂ ଆଇସିଏମଆର ପକ୍ଷରୁ ମିଳିତ ଭାବରେ ନିର୍ମାଣ କରାଯାଉଥିବା ଏହି ଟୀକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣକୁ ଅନୁମତି ମିଳିଛି । ଟୀକାର ପ୍ରଥମ ଦୁଇ ପର୍ଯ୍ୟାୟ ପରୀକ୍ଷଣ ସଫଳ ହୋଇଛି । ଏହି ଟୀକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଅକ୍ଟୋବର ୨ ତାରିଖରେ ଆବେଦନ କରାଯାଇଥିଲା । ମାତ୍ର ପ୍ରଥମ ଦୁଇ ପର୍ଯ୍ୟାୟରେ କୌଣସି ପାଶ୍ୱର୍ ପ୍ରତିକ୍ରିୟା ରହିଛି କି ନାହିଁ ତାର ପ୍ରମାଣ ଦାଖଲ କରିବା ପାଇଁ ସିଡିଏସସିଓ ପକ୍ଷରୁ କୁହାଯାଇଥିଲା । ଉକ୍ତ ତଥ୍ୟ ଦାଖଲ ପରେ କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଅନୁମତି ମିଳିଛି । ଏହି ପରୀକ୍ଷଣ ପାଇଁ ୨୮୫୦୦ ସ୍ୱେଚ୍ଛାସେବୀ ନିଜର ନାମ ପଞ୍ଜୀକରଣ କରି ସାରିଛନ୍ତି । ଦେଶର ୧୦ଟି ରାଜ୍ୟର ୧୯ଟି ଲାବରେ ଏହି ପରୀକ୍ଷଣ କରାଯି ବ । ଦୁଇ ଭାଗରେ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ କରାଯିବ । ଅମ୍ଲଜାନ ଶୂନ୍ୟତା , ନିମୋନିଆ ପରି ଲକ୍ଷଣ ଥିବା ରୋଗୀଙ୍କୁ କ୍ୟଟେଗୋରୀ-୧ରେ ରଖାଯାଇଥିବା ବେଳେ ଜ୍ୱର, ଥଣ୍ଡା, ଏବଂ ଗଳା ଦରଜ ପରି ଲକ୍ଷଣ ରହିଥିବା ରୋଗୀଙ୍କୁ କ୍ୟାଟେଗୋରୀ-୨ ଅନ୍ତର୍ଭୁକ୍ତ କରାଯାଇଛି ।