Odia News Portal

ଚାଷୀଙ୍କ ପାଇଁ ରାଷ୍ଟ୍ରପତିଙ୍କୁ ଭେଟିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ

ଦେଶରେ ଚାଲିଥିବା କୃଷି ଆନ୍ଦୋଳନକୁ ନେଇ ରାଜନୀତି ସରଗରମ ରହିଛି । ଗୁରୁବାର ଦିନ କଂଗ୍ରେସ ନେତା ରାହୁଲ ଗାନ୍ଧୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ୨ କୋଟି ଲୋକଙ୍କ ଦସ୍ତଖତ ସହିତ ସ୍ମାରକପତ୍ର ହସ୍ତାନ୍ତର କରିଛନ୍ତି। ଅପରପକ୍ଷରେ ପ୍ରିୟଙ୍କା ଗାନ୍ଧୀଙ୍କୁ ପୋଲିସ ନିଜ ହେପାଜତକୁ ନେଇଛି। ରାଷ୍ଟ୍ରପତିଙ୍କୁ ସାକ୍ଷାତ ପରେ ରାହୁଲ ଗାନ୍ଧୀ ସାମ୍ବାଦିକଙ୍କୁ କହିଛନ୍ତି ଯେ ଭାରତରେ ଆଉ ଗଣତନ୍ତ୍ର ଶାସନ ନାହିଁ। ଦଳୀୟ ନେତାଙ୍କୁ ହେପାଜତକୁ ନେବା ଘଟଣାକୁ ନେଇ ସେ କହିଛନ୍ତି ଗଣତନ୍ତ୍ର ସ୍ୱପ୍ନରେ ଥାଇପାରେ କିନ୍ତୁ ବାସ୍ତବରେ ଆଦୌ ନାହିଁ।

ନୂଆ କୃଷି ଆଇନକୁ ନେଇ ରାହୁଲ ଗାନ୍ଧୀ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ପୁଞ୍ଜିପତିଙ୍କ ପାଇଁ ଟଙ୍କା ରୋଜଗାର କରୁଛନ୍ତି। ଯିଏ ତାଙ୍କ ବିରୁଦ୍ଧରେ ଠିଆ ହେବାକୁ ଚେଷ୍ଟା କରିବ ତାଙ୍କୁ ଆତଙ୍କବାଦୀ କୁହାଯିବ। ସେ କୃଷକ ଶ୍ରମିକ କିମ୍ବା ମୋହନ ଭଗବତ ବି ହୁଅନ୍ତୁ ନା କାହିଁକି ତାଙ୍କୁ ଆତଙ୍କବାଦୀ କୁହାଯିବ। ସେ କହିଛନ୍ତି, ‘ମୁଁ ପ୍ରଧାନମନ୍ତ୍ରୀଙ୍କୁ କହିବାକୁ ଚାହୁଁଛି ଯେ ନୂଆ କୃଷକ ଆଇନ ପ୍ରତ୍ୟାହାର ନ ହେବା ଯାଏଁ କୃଷକ ଘରକୁ ଫେରିବେନି। ସରକାରଙ୍କୁ ସଂସଦର ସଂଯୁକ୍ତ ଅଧିବେଶନ ଡାକିବା ଉଚିତ ଏବଂ ଏହିସବୁ ଆଇନ ପ୍ରତ୍ୟାହାର କରିବା ଉଚିତ। କୃଷକ ଓ ଶ୍ରମିକଙ୍କ ସହ ବିରୋଧୀ ଦଳ ଛିଡା ହୋଇଛନ୍ତି।