Odia News Portal

ଆରମ୍ଭ ହେଲା ଅମରନାଥ ଯାତ୍ରା

ଆରମ୍ଭ ହେଲା ଅମରନାଥ ଯାତ୍ରା । ଜମ୍ମୁ ବେସ୍ କ୍ୟାମ୍ପରୁ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି । ଏହି ଯାତ୍ରା ଅନନ୍ତନାଗ ଜିଲ୍ଲାର ପାରମ୍ପରିକ ପହଲଗାମ ମାର୍ଗ ଓ ଗାନ୍ଦେରବେଲ ଜିଲ୍ଲାର ବାଲଟାଲ ମାର୍ଗରୁ ଆରମ୍ଭ ହୋଇଛି ।

ଏଠାରୁ ବାହାରୁଥିବା ଶ୍ରଦ୍ଧାଳୁ ସଂଧ୍ୟା ସୁଦ୍ଧା ଶ୍ରୀନଗରରେ ପହଞ୍ଚିବେ । ଆସନ୍ତାକାଲି ବାବା ବର୍ଫାନୀଙ୍କୁ ଦର୍ଶନ କରିବେ । ଅମରନାଥ ଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ କରାଯାଇଛି ।