Odia News Portal

ଭ୍ୟାକସିନ୍‌ ଆସିବା ଯାଏଁ କରୋନା ସହ ଲଢେଇ ଜାରି ରଖିବା

ନୂଆଦିଲ୍ଲୀ()  ଆଜି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କରୋନା କାଳ ସମୟରେ ସାତ ଥର ପାଇଁ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ମୋଦି । ଆମ ଭିତରେ ଅଧିକାଂଶ ଲୋକ ଜୀବିକା ପାଇଁ ଦୈନିକ ଘରୁ ବାହାରିଛନ୍ତି । ତେବେ କରୋନା ପୂରାପୂରି ଯାଇନାହିଁ କି ବିପଦ ଟଳିନି । ଲକ୍‌ ଡାଉନ୍‌ ଚାଲିଯାଇଥିଲେ ବି କରୋନା ଭାଇରାସ୍‌ ଯାଇନାହିଁ, ଏହାକୁ ଅଣଦେଖା କରିହେବ ନାହିଁ ବୋଲି କହିଛନ୍ତି ମୋଦି । କରୋନାକୁ ନେଇ ସତର୍କ ଓ ସାବଧାନତା ଅବଲମ୍ବନ କରିବା ଜରୁରୀ । ପାର୍ବଣ ସମୟରେ ଅଧିକ ସତର୍କ ଓ ସଚେତନ ରହିବାକୁ ପଡିବ ବୋଲି ମୋଦି କହିଛନ୍ତି । ବର୍ତ୍ତମାନ ସମୟରେ ଆଦୌ ଅବେହଳା କରିବା ନାହିଁ । ଟିକିଏ ବି ଅସାବଧାନତା ଆମକୁ ବହୁତ ବଡ କ୍ଷତିରେ ପକାଇଦେଇପାରେ । ଏଥିପାଇଁ ସତର୍କ ଓ ସଚେନତା ରହିବା ଅତ୍ୟନ୍ତ ଜରୁରୀ ବୋଲି କହିଛନ୍ତି ମୋଦି । ସେହିପରି ମାସ୍କ,ସାମାଜିକ ଦୂରତ୍ବ ଓ ହାତଧୁଆକୁ ମଧ୍ୟ ଗୁରୁତ୍ବ ଦେଇଛନ୍ତି ମୋଦି ।

ଆମେରିକା, ବ୍ରାଜିଲ୍‌ରେ ସ୍ଥିତି ବିଗିଡୁଛି । ଭାରତ ନିଜ ନାଗରିକଙ୍କ ଜୀବନ ବଞ୍ଚାଇବାକୁ ଅଧିକସଫଳ ହୋଇଛି । ସମ୍ଭାଳି ଯାଇଥିବା ସ୍ଥିତିକୁ ଆମେ ବିଗିଡିବାକୁ ଦେବାନି ବୋଲି କହିଛନ୍ତି ମୋଦି । ଆମ ଭିତରେ ଅଧିକାଂଶ ଲୋକ ଜୀବିକା ପାଇଁ ଦୈନିକ ଘରୁ ବାହାରୁଛନ୍ତି । ଭାରତରେ ପ୍ରତି ୧୦ ଲକ୍ଷରେ ମୃତ୍ୟୁ ହାର ୮୩ ରହିଛି । ଅନ୍ୟ ଦେଶରେ ମୃତ୍ୟୁହାର ୧୦ ଲକ୍ଷରେ ୬ଶହରୁ ଅଧିକ ରହିଛି । ଭ୍ୟାକିସିନ୍‌ ଆସିବା ପର୍ୟ୍ୟନ୍ତ କରୋନା ସହ ଆମେ ଲଢେଇ ଜାରି ରଖିବା । ଏଥିପାଇଁ ଆମେ ସତର୍କ ରହିବା ।