Odia News Portal

କରୋନାକୁ ନେଇ ଉଚିତ ମତାମତ ଦେଲେ ମିଳିବ ଲକ୍ଷେ ୭୫ ହଜାର

ନୂଆଦିଲ୍ଲୀ() ବିଶ୍ୱରେ ଏବେ କରୋନା ଭୂତାଣୁ ନେଇ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ନେତା ଠାରୁ ଆରମ୍ଭ କରି ଜନତା ସମସ୍ତେ କହିଛନ୍ତି ଚିନ୍ତାରେ ।

ଏହା ଭିତରେ କରୋନା ସହିତ ଲଢ଼ିବା ଲାଗି ଉପଯୁକ୍ତ ମତାମତ ଦେଲେ ଲକ୍ଷେ ୭୫ ହଜାର ଟଙ୍କାର ପୁରସ୍କାର ମିଳିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍ କରି ଜଣାଇଛନ୍ତି। ମତାମତ ଗୁଡ଼ିକ @mygovindiaରେ ପଠାଇବାକୁ ମୋଦି ସୂଚନା ଦେଇଛନ୍ତି। ଇତିମଧ୍ୟରେ ଏହାକୁ ୩୩ ହଜାରରୁ ଅଧିକ ଲାଇକ୍ ମିଳିଛି। ସୂଚନାଯୋଗ୍ୟ, ଏହାକୁ ମାର୍ଚ୍ଚ ୧୬ରେ ସନ୍ଧ୍ୟା ୭ଟା ୧୪ରେ ଶେୟାର କରାଯାଇଥିଲା।