Odia News Portal

ଅର୍ଥମନ୍ତ୍ରୀଙ୍କ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ

ନୁଆଦିଲ୍ଲୀ()  ଫେବୃଆରୀ ୧ରେ ସଂସଦରେ ସାଧାରଣ ବଜେଟ୍ ।ତେବେ ବଜେଟର ଗୋଟିଏ ଦିନ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି ।

ବଜେଟ୍ ୨୦୨୦-୨୧ ପ୍ରସ୍ତୁତ କରିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପାଇଁ ବଡ ଚାଲେଞ୍ଜ । କାରଣ ଦେଶର ଜିଡିପି ୫% ପହଞ୍ଚିଛି ଯାହା ୧୧ବର୍ଷରେ ସର୍ବନିମ୍ନ ରହିଛି । ଘରୋଇ କନଜପସନ୍ ୫.୮ % ରେ ପହଞ୍ଚିଛି ଯାହା ୭ବର୍ଷରେ ସର୍ବନିମ୍ନ । ପୁଞ୍ଜିନିବେଶ ହାର ୧%କୁ ଖସି ଆସିଛି ଯାହା ୧୭ବର୍ଷରେ ସର୍ବନିମ୍ନ । ମ୍ୟାନୁଫାକ୍ଚରିଙ୍ଗ କ୍ଷେତ୍ରରେ ଅଭିବୃଦ୍ଧି ୨% କୁ ଖସିଛି ଯାହା ୧୫ବର୍ଷରେ ସର୍ବନିମ୍ନ ଏବଂ କୃଷି ଅଭିବୃଦ୍ଧି ୨.୮% ରେ ପହଞ୍ଚିଛି ଯାହା ଗତ ୪ବର୍ଷରେ ସର୍ବନିମ୍ନ । କେବଳ ସେତିକି ନୁହେଁ ମୁଦ୍ରାସ୍ଫୀତି ହାର ମଧ୍ୟ ୭.୩୫% ଛୁଇଁଛି । ବିଶ୍ବରେ ମାନ୍ଦାବସ୍ଥା ଦେଖା ଦେଇଥିବା ବେଳେ ଭାରତ ଉପରେ ଏହାର ପ୍ରଭାବର ପଡିଛି ।